Masthead

ବାବା ରାମଭଦ୍ରାଚାର୍ୟ୍ୟ ଓ ଗୀତିକାର ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାବା ରାମଭଦ୍ରାଚାର୍ୟ୍ୟ ଓ ଗୀତିକାର ଗୁଲଜାରଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର । ପ୍ରସିଦ୍ଧ ଗୀତିକାର ଗୁଲଜାର ଓ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଶନିବାର ଜ୍ଞାନପୀଠ ଚୟନ କମିଟି ଉଭୟ ନାମ ଘୋଷଣା କରିଛି।

ଏହି ପୁରସ୍କାର ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପ୍ରଥମେ ୧୯୬୫ ମସିହାରେ ମାଲାୟାଲମ୍ କବି ଜି.ଶଙ୍କର କୁରୂପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୁଲଜାର ହିନ୍ଦୀ ସିନେମାରେ ଗୀତ ପାଇଁ ବେଶ ପ୍ରସିଦ୍ଧ । ତାଙ୍କୁ ଉର୍ଦ୍ଦୁର ଶ୍ରେଷ୍ଠ କବିମାନଙ୍କ ମଧ୍ୟରେ ମଧ୍ୟ ଗଣାଯାଏ । ସେ ଏହାପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମ ଭୂଷଣ ଏବଂ ଅତି କମରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ। ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ଜଣେ ପ୍ରସିଦ୍ଧ ସଂସ୍କୃତ ପଣ୍ଡିତ ତଥା ରାମାନନ୍ଦଚାର୍ୟ୍ୟ ସମ୍ପ୍ରଦାୟର ମୁଖ୍ୟ।

ସେ ବେଦ, ଉପନିଷଦ, ଭଗବଦ୍ ଗୀତା ଏବଂ ରାମାୟଣ ଉପରେ ଅନେକ ବ୍ୟଖ୍ୟା ଲେଖିଛନ୍ତି। ତାଙ୍କୁ ୨୦୧୫ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଚୟନ କମିଟିର ଅନ୍ୟ ସଦସ୍ୟ ତଥା ଜ୍ଞାନପୀଠ ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ମଧ୍ୟ ସାମିଲ ଥିଲେ । ସଂସ୍କୃତ ଭାଷା ପାଇଁ ଦ୍ୱିତୀୟ ଥର ଏବଂ ଉର୍ଦ୍ଦୁ ପାଇଁ ପଞ୍ଚମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଦେଶର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ଜ୍ଞାନପୀଠ ପୁରସ୍କାର ଭାବରେ ବିଜେତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି, ବାଗଦେବୀଙ୍କ ପ୍ରତିମୂର୍ତ୍ତି ଏବଂ ଏକ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି