Masthead

ଚାଷୀ ସଙ୍ଗଠନ-ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବସିବ ଚାଷୀ ସଙ୍ଗଠନ, ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀ ହରିୟାଣା ସୀମାରେ ହଜାର ହଜାର ଚାଷୀ ଅଟକି ରହିଛନ୍ତି । ଦିଲ୍ଲୀ ଚଲୋ ଡାକରାପାଇ ହରିୟାଣା ଓ ପଞ୍ଜାବରୁ ଶହ ଶହ ଚାଷୀ, ରାସନ ସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି । ଦିଲ୍ଲୀ ସୀମା ସିଲ, ପ୍ରଶାସନର କଟକଣା ଭିତରେ ଆଜି ପଞ୍ଜାବର ଜଳନ୍ଧରରେ କେନ୍ଦ୍ର ସରକାର ଓ ଚାଷୀ ସଂଘ ମଧ୍ୟରେ ଚତୁର୍ଥ ବୈଠକ ହେବାକୁ ଯାଉଛି । ଅନ୍ୟପଟେ ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟିର ନେତା ଶବ୍ରଣ ସିଂ ପନ୍ଧାର କହିଛନ୍ତି, ସାରା ଦେଶ ନଜର ଏବେ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି ।

କୃଷକଙ୍କ ନ୍ୟାର୍ୟ୍ୟ ଦାବିକୁ ମାନିନେଇ ଏମଏସପି ଉପରେ ସାହାସିକ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି କହିଛନ୍ତି । କେନ୍ଦ୍ର ସରକାର ଦାବି ମାନିନେଲେ ଚାଷୀ ଘରକୁ ଫେରିଯିବେ, ନହେଲେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଚାଷୀ ନେତା ସୂଚେଇ ଦେଇଛନ୍ତି । ଗତ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପିୟୂଷ ଗୋୟଲଙ୍କ ସହ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାର ପ୍ରଭାବ ହରିୟାଣା ଓ ପଂଜାବରେ ଦେଖିବାକୁ ମିଳିଛି । ପୂର୍ବରୁ ଫେବୃଆରି ୮ ତାରିଖ, ୧୨ ଓ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି