Masthead

ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆଜି ଚତୁର୍ଥ ଦିନ ସରଗରମ ରହିପାରେ ଗୃହରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି  ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର  ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିବ ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିବସେପଟେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇବ କଂଗ୍ରେସ ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇପାରେ

ସେହିପରି ଆଜି ସାଧାରଣ ପ୍ରଶାସନ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି ୧୮ ତାରିଖରେ ବିଧାନସଭା ଆରମ୍ଭ ହେଲା । କିନ୍ତୁ ଲଗାତାର ଚାଲିପାରୁନି ଗୃହ । ପ୍ରଥମ ଦିନ ଶୋକପ୍ରସ୍ତାବ ପରେ ବିଧାନସଭା ମୁଲତବୀ ହୋଇଥିଲା । ଏବେ ଶୁକ୍ରବାର ଓ ଶନିବାର ଦୁଇଦିନରେ ମାତ୍ର  ୨୩ ମିନିଟ ଚାଲିଛି ଗୃହ । ସାର ସମସ୍ୟାକୁ ନେଇ ବିଜେଡି ହଟ୍ଟଗୋଳ କରୁଛି । ଅନାସ୍ଥା ପ୍ରସ୍ତାବ ପାଇଁ ଅଡିବସିଛି କଂଗ୍ରେସ । ବିଧାନସଭା ଭିତରେ ବିଜେଡିର ରଣନୀତିକୁ ନେତାମାନେ ନାପସନ୍ଦ କରୁଥିବା ବି ଚର୍ଚ୍ଚା ହେଉଛି ।  ୨୫ ତାରିଖ ଯାଏଁ ଚାଲିବ ବିଧାନସଭା । ଏହାରି ଭିତରେ ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି କି ପଦକ୍ଷେପ ନେଉଛନ୍ତି ଓ ବିଜେଡି, କଂଗ୍ରେସ କି ଆଭିମୁଖ୍ୟ ଆପଣାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ