Masthead

ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ବାହାରିଲା ସମାଧାନ ବାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ରାତି ଗୋଟାଏ ଯାଏ କୃଷକନେତାଙ୍କ ସହ ଆଲୋଚନା କଲେ ତିନି କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲ, ଅର୍ଜୁନ ମୁଣ୍ଡା, ନିନ୍ଦାନ୍ଦୟ ରୟ ।

ଗତାକାଲି ସନ୍ଧ୍ୟା ୮ଟାରୁ ବୈଠକ ଆରମ୍ଭ ହୋଇଥିଲା । ବିଭିନ୍ନ ଶଷ୍ୟର ଏମଏସପି ତଥା ସର୍ବନିମ୍ନ ସହାୟକ ମୁଲ୍ୟ ଉପରେ କୃଷକ ନେତାଙ୍କ ସହ ଆଲୋଚନା ହୋଇଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ ମଧ୍ୟ ବୈଠକରେ ସାମିଲ ହୋଇଥବଲା । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପିୟୁସ୍ ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୃଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି ।

ଏମଏସପି ସହ ମକା, କପା, ଡାଲିଜାତୀୟ ଶଷ୍ୟ ଯଥା ମସୁର, କୋଳଥ, ହରଡ, ବୁଟ ଆଦି ଶଷ୍ୟ ସରକାରୀ ସଂସ୍ଥା କିଣିବ । ୫ ବର୍ଷ ପାଇଁ ଏସବୁ ଶଷ୍ୟ ଉପରେ ଏମସପି ଗ୍ୟାରେଂଟି ଦିଆଯାଇଛି । ଏନେଇ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ସେମାନେ ଦୁଇ ଦିନ ଭିତରେ ଆଲୋଚନା ପରେ ଜଣାଇବେ ବୋଲି କହିଛନ୍ତି ପିୟୁସ୍ ଗୋଏଲ । କୃଷକ ନେତା ଶ୍ରୱଣ ସିଂ କହିଛନ୍ତି, ଆଜି ଏବଂ କାଲି ଭିତରେ ସବୁ ସଙ୍ଗଠନ ସହ ଆଲୋଚନା କରିବା ପରେ ନିଷ୍ପତି ଜଣାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ