Masthead

ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ବାହାରିଲା ସମାଧାନ ବାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ରାତି ଗୋଟାଏ ଯାଏ କୃଷକନେତାଙ୍କ ସହ ଆଲୋଚନା କଲେ ତିନି କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲ, ଅର୍ଜୁନ ମୁଣ୍ଡା, ନିନ୍ଦାନ୍ଦୟ ରୟ ।

ଗତାକାଲି ସନ୍ଧ୍ୟା ୮ଟାରୁ ବୈଠକ ଆରମ୍ଭ ହୋଇଥିଲା । ବିଭିନ୍ନ ଶଷ୍ୟର ଏମଏସପି ତଥା ସର୍ବନିମ୍ନ ସହାୟକ ମୁଲ୍ୟ ଉପରେ କୃଷକ ନେତାଙ୍କ ସହ ଆଲୋଚନା ହୋଇଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ ମଧ୍ୟ ବୈଠକରେ ସାମିଲ ହୋଇଥବଲା । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପିୟୁସ୍ ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୃଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି ।

ଏମଏସପି ସହ ମକା, କପା, ଡାଲିଜାତୀୟ ଶଷ୍ୟ ଯଥା ମସୁର, କୋଳଥ, ହରଡ, ବୁଟ ଆଦି ଶଷ୍ୟ ସରକାରୀ ସଂସ୍ଥା କିଣିବ । ୫ ବର୍ଷ ପାଇଁ ଏସବୁ ଶଷ୍ୟ ଉପରେ ଏମସପି ଗ୍ୟାରେଂଟି ଦିଆଯାଇଛି । ଏନେଇ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ସେମାନେ ଦୁଇ ଦିନ ଭିତରେ ଆଲୋଚନା ପରେ ଜଣାଇବେ ବୋଲି କହିଛନ୍ତି ପିୟୁସ୍ ଗୋଏଲ । କୃଷକ ନେତା ଶ୍ରୱଣ ସିଂ କହିଛନ୍ତି, ଆଜି ଏବଂ କାଲି ଭିତରେ ସବୁ ସଙ୍ଗଠନ ସହ ଆଲୋଚନା କରିବା ପରେ ନିଷ୍ପତି ଜଣାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ