Masthead

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ପରଲୋକ । ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମନୋହର । ମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଫେବୃଆରୀ ୨୧ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ। ଅବିଭକ୍ତ ଶିବସେନାର ସେ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ।

ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ଲୋକସଭା ବାଚସ୍ପତି। ସେ ୧୯୩୭ ଡିସେମ୍ବର ୨ରେ ରାଇଗଡ ଜିଲ୍ଲାର ନାନ୍ଦଭିରେ ଜନ୍ମଗ୍ରହଣ କରିଥିଲେ। ଜଣେ ଶିକ୍ଷକରୁ ରାଜନେତା ହୋଇଥିଲେ ମନୋହର। ସେ ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିଲେ। ଶିବସେନା ସହ ପ୍ରାୟ ୪୦ ବର୍ଷ ଧରି ସମ୍ପର୍କରେ ଥିଲେ। ୧୯୬୮ରୁ ୧୯୭୦ ଯାଏ ସେ ଥିଲେ ମୁମ୍ବାଇ ମ୍ୟୁନିସପାଲ କାଉନସିଲର। ସେ ୧୯୭୬ରୁ ୧୯୭୭ ଥିଲେ ମୁମ୍ବାଇ ମେୟର। ୧୯୯୦ରେ ବିଧାୟକ ହୋଇଥିବା ମନୋହର ୧୯୯୯ରେ ମୁମ୍ବାଇ ନର୍ଥ-ସେଣ୍ଟ୍ରାଲରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼