Before Header

ଦୁର୍ଘଟଣାରେ ଆଖି ବୁଜିଲେ ବିଧାୟିକା ଜି ଲସ୍ୟା ନନ୍ଦିତା

0 2,126

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ବିଆରଏସର ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦ ପାଟନଚେରୁଭ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବିଧାୟିକାଙ୍କ ଗାଡ଼ି । ଘଟଣାସ୍ଥଳରେ ବିଧାୟିକାଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର ।

ସିକନ୍ଦରାବାଦରୁ ପ୍ରତିନିଧିତ୍ୱ କରୁଥିଲେ ଜି ଲସ୍ୟା ନନ୍ଦିତା । ତାଙ୍କୁ ମାତ୍ର ୩୮ ବୟସ ହୋଇଥିଲା । ବିଧାୟିକାଙ୍କ କାର ଭାରସାମ୍ୟ ହରାବାରୁ ସଡ଼କ ସାଇଡରେ ରହିଥିବା ଡିଭାଇଡରେ ଜୋରରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ନନ୍ଦିତାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କ କାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି ।

Leave A Reply

Your email address will not be published.