Masthead

ଭୋଗ ହେଲା ଜହର

ରାଜନଗର, (ବଡ଼ ଖବର ବ୍ୟୁରୋ): ମା’ଙ୍କ ଭୋଗ ହେଲା ଜହର । ଭୋଗ ଖାଇ ଅସୁସ୍ଥ ହେଲେ ଶତାଧିକ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ।
ପିଞ୍ଛାପାଟିଆ ଗାଁର ଶୀତଳା ଠାକୁରାଣୀଙ୍କ ମନ୍ଦିରରେ ଗତକାଲି ରନ୍ଧାଭୋଗ ଖାଇଥିଲେ ଅନେକ ଲୋକ । ଭୋଗ ଖାଇଥିବା ଲୋକମାନଙ୍କ ମଧ୍ୟରୁ କିଛି ଆଜି ସକାଳୁ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି । ଆଉ କିଛି ଲୋକଙ୍କୁ ଗାଁ ସ୍କୁଲରେ ଚିକିତ୍ସା କରାଯାଉଛି। ଅସୁସ୍ଥଙ୍କ ମଧ୍ୟରେ ଏକାଧିକ ଶିଶୁ ଅଛନ୍ତି ।

ଅନ୍ୟପଟେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ଖବର ମିଳିଛି । ଗତକାଲି ମା’ଙ୍କ ନବମୀ ପୂଜା କରାଯାଇଥିଲା । କରୋନା କଟକଣା ପାଇଁ ଗାଁର ପ୍ରତି ଘରେ ଭୋଗ ବାଣ୍ଟାଯାଇଥିଲା । ଭୋଗ ଖାଇବା ପରେ ଗତକାଲି ରାତିରୁ ଧୀରେ ଧୀରେ ଅସୁସ୍ଥତା ଅନୁଭବ କରିଥିଲେ ଭୋଗ ଖାଇଥିବା ଲୋକମାନେ । ଏନେଇ ପୂଜା ଆୟୋଜକ ଏବଂ ଗ୍ରାମବାସୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’