Masthead

ପାଣି ସମସ୍ୟା ନେଇ ସହକାରୀଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଏରସମା (ବଡ଼ ଖବର ବ୍ୟୁରୋ): ଏରସମା ବ୍ଲକ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଗ୍ରାମବାସୀଙ୍କ ଦ୍ୱାରା ଦୀର୍ଘ ସମୟ ଘେରାବନ୍ଦୀରେ ପଡ଼ିଛନ୍ତି। କୁଞ୍ଜକୋଠି ଗ୍ରାମରେ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ପାନୀୟ ଜଳ ସମସ୍ୟା ଉପୁଜିଥାଏ।ଏଥିପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ଅସନ୍ତୋଷ ପ୍ରକାଶ ପାଇଆସୁଛି।

ଏହି ପଞ୍ଚାୟତ ଅଞ୍ଚଳର କନାଗୁଳି ଓ ଖୁରାଣ୍ଟ ଠାରେ ଦୁଇଟି ଓଭରହେଡ୍ ଟାଙ୍କି କରାଯାଇ ବିଭିନ୍ନ ଗ୍ରାମକୁ ଦୀର୍ଘ ଦିନଧରି ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ,ଏଯାବତ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ୍ ସଂଯୋଗ କରାଯାଉନାହିଁ।କିମ୍ବା ମେଗା ପାନୀୟ ଜଳ ପ୍ରକଳ୍ପରେ ଉକ୍ତ ଗ୍ରାମକୁ ସାମିଲ କରାଯାଇନାହିଁ।ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏବଂ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା।

ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏରସମା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ସୁନୀଲ କୁମାର ବେକ୍ ଏହି ଗ୍ରାମକୁଅନୁଧ୍ୟାନ ପାଇଁ ଯାଇଥିଲା ବେଳେ କୁଞ୍ଜକୋଠି ଗ୍ରାମ ମନ୍ଦିର ନିକଟରେ ଗ୍ରାମବାସୀ ଓ ମହିଳାମାନେ ଗରା ବାଲଟି ଧରି ଦୀର୍ଘ ସମୟ ଘେରାଉ କରିଥିଲେ। ତେବେ ସମ୍ପୃକ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ୧୫ ଦିନ ମଧ୍ୟରେ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟାରେ ଗ୍ରାମବାସୀ ମାନେ ତାଙ୍କୁ ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା