ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଣ୍ଡିଆନଙ୍କ କଂଟ୍ରୋଲରେ ବିଜେଡି । ଏ କଥା ପୂର୍ବରୁ ଅନେକ ଥର ଚର୍ଚ୍ଚା ହୋଇଆସିଛି । ନିର୍ବାଚନ ପୂର୍ବରୁ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଲେ । ନେତା, କର୍ମୀ ବିରୋଧ କଲେ । ହେଲେ ସାମ୍ନାରେ କହିପାରିଲେ ନାହିଁ । ଭୋଟ ପୂର୍ବରୁ ନବୀନ ସାମ୍ନାକୁ ଆସିଲେ ନାହିଁ ସେଇଥି ପାଇଁ ଦଳ ପରାଜୟ ବରଣ କଲା । ଏବେ ଏ କଥା ମଧ୍ୟ କୁହାଗଲାଣି ଯେ ନିଜ ଅକ୍ତିଆରକୁ ବିଜେଡିକୁ ନେଇଥିବା ପାଣ୍ଡିଆନ ଏବେ ନବୀନଙ୍କୁ ହାଇଜାକ୍ କଲା ଭଳି ମନେହେଉଛି । ଏହାର ଏହାର ସାକ୍ଷୀ ମୁମ୍ବାଇ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ।
ନବୀନଙ୍କ ଅପରେସନ୍ ପରେ ଦଳର କିଛି ବରିଷ୍ଠ ନେତାଙ୍କୁ ତାଙ୍କୁ ହେଖା କରିବାକୁ ଯାଇଥିଲେ ମୁମ୍ବାଇ । ହେଲେ ସିଧାସଳଖ ସାକ୍ଷାତ ହୋଇପାରିଲା ନାହିଁ । ବବିଙ୍କ ମୋବାଇଲରେ ପାଣ୍ଡିଆନଙ୍କୁ ଭିଡିଓ କଲା ହେଲା ଆଉ ସେହି କଲରୁ ହିଁ କୁଆଡେ ସମସ୍ତ ନେତା ନବୀନଙ୍କୁ ଦେଖିଲେ । ନିଶ୍ଚିତ ଭାବେ ଯେଉଁମାନେ ନବୀନଙ୍କୁ ଭେଟିପାରିଲେ ନାହିଁ ଅସନ୍ତୋଷ ସେମାନଙ୍କ ଭିତରେ ଜାତ ହୋଇଥିବ । ହେଲେ କହିବେ କାହାକୁ । ନିଜ ମୁଖିଆଙ୍କୁ ନେତା ଦେଖିପାରିବେ ନାହିଁ? ଏହା କ’ଣ ଦର୍ଶାଉଛି ।
ସେମିତିରେ ଆମେ ଦେଖିଛେ ନିବାସ ବାହାରକୁ ନବୀନ ବାହାରନ୍ତି ନାହିଁ । କୁଆଡେ ତାଙ୍କର ଦେଖାଶୁଣା ପାଣ୍ଡିଆନ କରନ୍ତି । ଏବେ ହସ୍ପିଟାଲକୁ ଯେତେବେଳେ ବିଜେଡି ନେତାଙ୍କୁ ନୋ ଏଣ୍ଟ୍ରି ଏହାକୁ କ’ଣ କୁହାଯାଇପାରେ । ପ୍ରଥମେ ବିଜେଡି ଏବେ ନବୀନଙ୍କୁ ମଧ୍ୟ ପାଣ୍ଡିଆନ ନିଜ ଅକ୍ତିଆରକୁ ନେଇଗଲେଣି । ଏହା ବୁଝିବା କି? ନବୀନ ଭୁବନେଶ୍ୱର ଆସିବା ପରେ ମଧ୍ୟ କ’ଣ ସେ ଏମିତି କରିବେ? ନବୀନଙ୍କୁ ନିଜ ନେତା ଦେଖିପାରିବେ ନାହିଁ?