Masthead

ମିଲରଙ୍କ ମନଇଚ୍ଛା କଟନି ଛଟନି, ହନ୍ତସନ୍ତ ଚାଷୀ

ଏରସମା (ବଡ଼ ଖବର ବ୍ୟୁରୋ): ଧାନ ମଣ୍ଡିରେ ଅବ୍ୟବସ୍ଥା, ଚିନ୍ତାରେ ଚାଷୀ । ମିଲରଙ୍କ ମନଇଚ୍ଛା କଟନି ଛଟନିରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ବସ୍ତା ପିଛା ଅଧିକ ୪କିଲୋ କାଟୁଛନ୍ତି ମିଲର । ଏରସମା ଚଟୁଆ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଚାଷୀ । ସରକାରୀ ନିୟମ ବାଦ୍ ମନଇଛା କଟନି ଛଟନି କରୁଛନ୍ତି। କ୍ୟୁଣ୍ଟାଲ୍ ପିଛା ସରକାରୀ ନିୟମ ଅନୁସାରେ ଧାନ ତିନି କିଲୋ କାଟିବା କଥା କିନ୍ତୁ ମିଲର ବସ୍ତା ପିଛା ଅଧିକ ଚାରି କିଲୋ କାଟୁଛନ୍ତି । ଗତବର୍ଷ ଏଭଳି ଅବ୍ୟବସ୍ଥା ପାଇଁ ପୂର୍ବତନ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଥିଲା ।

ଏବେ ମଧ୍ୟ ସମାନ ଅବସ୍ଥା । ଯେଉଁମାନେ ଚାଷୀମାନଙ୍କ ପାଇଁ ଆନେ୍ଦାଳନ କରୁଥିଲେ ଏବେ ସେମାନେ ମିଲରମାନଙ୍କ ସହ ମିଶି ମେଣ୍ଟ କରିଛନ୍ତି । ସମବାୟ ସମିତିର ଡାଇରେକ୍ଟର ଗୌରହରୀ ପାତ୍ରଙ୍କ ଠାରୁ ୨୦କିଲୋ ଧାନ କଟାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମିଲର । ହିସାବରେ ଭୁଲ ହୋଇଥିବା କହିଛନ୍ତି । ଏହି ସବୁ ଘଟଣାରେ ମୋର କୌଣସି ଭୂମିକା ନାହିଁ କହିଛନ୍ତି ସମବାୟ ସମିତି ସମ୍ପାଦକ । ବୋର୍ଡର ରିଜଲୁ୍ୟସନ ଅନୁସାରେ ଧାନ କିଣା ଯାଉଛି ।

କ୍ରୟ କମିଟିର ସଭାପତି ଓ ବୋର୍ଡର ନିଷ୍ପତ୍ତି କ୍ରମେ ଚାଷୀମାନଙ୍କ ଠାରୁ ଧାନ କିଣାଯିବ । ସେପଟେ ନଛିପୁରା ଗ୍ରାମର ଚାଷୀ ପ୍ରଫୁଲ୍ଲ ସ୍ଵାଇଁ ମଣ୍ଡିରେ ଦୁଇଦିନ ଧରି ୧୮ କ୍ଵିଣ୍ଟାଲ ଧାନ ପକାଇ ରଖିଥିଲେ। ସେ ଧାନକୁ ମିଲର ନେବାକୁ ମନାକରିବାରୁ ସମ୍ପୃକ୍ତ ଚାଷୀ ନିରୁପାୟ ହୋଇ ଧାନକୁ ପୁନର୍ବାର ଘରକୁ ଫେରାଇ ନେଇଥିବାର ଜଣାପଡିଛି। ମିଲରଙ୍କ ଏଭଳି ମନମାନି ପାଇଁ ହଇରାଣ ହରକତ ହେଉଛନ୍ତି ଚାଷୀ । ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମସ୍ୟାର ସମାଧାନ କରିବା ପାଇଁ ବାଲିକୁଦା ଏରସମା ବିଧାୟକ, ସମବାୟ ମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀମାନେ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ