Masthead

ଉତ୍ତରାଖଣ୍ଡ ହଲଦୱାଦୀ ହିଂସାର ମାଷ୍ଟରମାଇଣ୍ଡ ଗିରଫ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡ ହଲଦୱାଦୀ ହିଂସାର ମାଷ୍ଟରମାଇଣ୍ଡ ଗିରଫ । ୧୬ ଦିନ ପରେ ମାଷ୍ଟରମାଇଣ୍ଡ ଅବଦୁଲ ମଲିକ୍ ଦିଲ୍ଲୀରୁ ଗିରଫ । ହଲଦୱାନୀ ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।ବେଆଇନ ମଦ୍ରାସା ଭଙ୍ଗାକୁ ବିରୋଧ କରି ଉସକାଇଥିଲେ ଅବଦୁଲ୍ । ମଦ୍ରାସା ଉଚ୍ଛେଦ ବେଳେ କିଛି ଦୁର୍ବୃତ୍ତ ମ୍ୟୁନିସିପାଲିଟି କର୍ମଚାରୀ, ପୋଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ପୋଲିସ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ। ଯେଉଁ ଅଞ୍ଚଳରେ ମଦ୍ରାସା ଉଚ୍ଛେଦ ହେଉଥିଲା ତାହା ମାଷ୍ଟରମାଇଣ୍ଡ ଅବଦୁଲର ବାଡ଼ି ନିକଟରେ ଥିବା କୁହାଯାଉଛି।

ଏହା ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରଶାସନିକ ଟିମ୍ ଓ ପୋଲିସ ଜେସିବି ମାଧ୍ୟମରେ ମଦ୍ରାସା ଉଚ୍ଛେଦ କରିବାକୁ ସେଠାରେ ପହଞ୍ଚିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ସେଠାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଏହି ମାମଲାରେ ୬୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନେଇଥିବା ବେଳେ ୫,୦୦୦ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ