Masthead

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ

ବିହାର (ବଡ଼ ଖବର ବ୍ୟୁରୋ): ବିହାର କଇମୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ଜଣଙ୍କ ମୃତୁ୍ୟ । ଡିଭାଇଟର ପାର୍ ହୋଇ କଣ୍ଟେନରକୁ ଧକ୍କା ଦେଲା କାର୍ । କାରଟି ଶଶାରାମରୁ ବାରଣାସୀ ଯିବା ବେଳେ ଦୁର୍ଘଟଣା । ମୋହନିଆରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଖବର ପାଇ ପୋଲିସ ଓ ଏନ୍‌ଏଚ୍‌ଏଆଇ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ମୃତଦେହକୁ ବାହାର କରି ଚିହ୍ନଟ କରିଥିଲେ । ମୋହନିଆ ଡିଏସପି ଦିଲୀପ କୁମାରଙ୍କ କହିବାନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି ସଡ଼କ ଦୁର୍ଘଟଣା ହୋଇଥିଲା । ଏନ୍‌ଏଚ୍ ୨ ଦେବକଲି ନିକଟରେ ଏକ ସ୍କର୍ପିଓ ବାଇକକୁ ଧକ୍କା ଦେଇଥିଲା । ସ୍କର୍ପିଓରେ ମୋଟ୍ ୮ ଜଣ ଯାତ୍ରୀଙ୍କ ସହ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ପରେ ଖବର ପାଇ ମୋହନିଆ ଥାନା ଦଳ ଏବଂ ଏନ୍‌ଏଚ୍‌ଏଆଇ ଦଳ ସ୍କର୍ପିଓରେ ଫସିଥିବା ଶବ ଗୁଡ଼ିକୁ ବାହାର କରିଥିଲେ ଏବଂ ପୋଷ୍ଟମର୍ଟମ ପାଇଁ ଭଭୁଆ ସଦର ହସ୍ପିଟାଲ ପଠାଇଥିଲେ । ତେବେ ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ଏହି ଦୁଃଖ ସମୟରେ ଶକ୍ତି ପ୍ରଦାନ କରିବା ନେଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି