ପୁରୀ (ବଡ଼ ଖବର ବ୍ୟୁରୋ): ଆନନ୍ଦ ବଜାରରେ ପୂର୍ବପରି ମହାପ୍ରସାଦ ପାଇପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଏଭଳି ନିଷ୍ପତ୍ତି ନେବାକୁ ଯାଉଛି । କରୋନା ପାଇଁ ଦୀର୍ଘଦିନ ଧରି ବନ୍ଦ ରହିଛି ଆନନ୍ଦ ବଜାର । ଖୁବଶୀଘ୍ର ଏନେଇ ପୁନଃସମୀକ୍ଷା କରି ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଜି ସୁଆରମହାସୁଆର ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ପରିଚାଳନା କମିଟିର ବୈଠକ ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏସବୁ ପ୍ରସ୍ତାବ କାର୍ଯ୍ୟକରାୀ କରାଯାଇପାରେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *