Before Header

ଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତି କାଏମ

0 1,085

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜ୍ଞାନବାପି ମସ୍‌ଜିଦ ମାମଲା: ମୁସଲିମ୍‌ ପକ୍ଷର ପିଟିସନ୍‌ ଖାରଜ । ମୁସଲିମ୍‌ ପକ୍ଷର ପିଟିସନ୍‌ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ । ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠରେ ଶୁଣାଣି ପରେ ରାୟ ଶୁଣାଇଛନ୍ତି କୋର୍ଟ ।

ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ପୂର୍ବରୁ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ । ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇ ଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ ।

Leave A Reply

Your email address will not be published.