Masthead

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଆଇନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଆଇନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶରେ ସିଏଏ ଆଇନ ଲାଗୁ କରାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଥିପାଇଁ ନିୟମ ପ୍ରସ୍ତୁତ ହୋଇସାରିଥିବା ବେଳେ ଅନଲାଇନ ପୋର୍ଟାଲ ମଧ୍ୟ ପ୍ରସ୍ତୁତ ଥିବା ଅଧିକାରିକ ସୁତ୍ରରୁ ଜଣାପଡିଥିବା ଦାବି କରାଯାଉଛି । ନାଗରିକତା ସଂଶୋଧନ ଆଇନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହିଁ କରାଯିବ । ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ୟକୁ ପ୍ରବେଶ କରିଥିଲେ।

ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ। ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବ। ଏହି ଆଇନ ଦ୍ବାରା କୌଣସି ଭାରତୀୟ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ। ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ