Masthead

ଏନଏସି ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଏନଏସି ଘୋଷଣା ନହେବା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ନିକଟରେ ରାଜ୍ୟ ସରକାର ୩୫ ଟି ନୂତନ ଏନଏସି ଗଠନ ହେବାର ଘୋଷଣା କରିଥିବା ବେଳେ, ବାଲିଆପାଳକୁ ଏନଏସି ଘୋଷଣାରୁ ବାଦ୍ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ୧୯୯୭ ମସିହାରେ ତତ୍କାଳୀନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟମରେ ବାଲିଆପାଳ କୁ ଏନଏସି ମାନ୍ୟତା ପାଇଁ ସର୍ଭେ ହେବାସହ ନଗର ଉନ୍ନୟନ ବିଭାଗ ତରଫରୁ କେବଳ ଘୋଷଣା କରିବାର ଥିଲା।

ତେବେ ନିକଟରେ ରାଜ୍ୟ ସରକାର ୩୫ ଟି ନୂତନ ଏନଏସି ଗଠିତ ହୋଇଥିବା ଘୋଷଣା କରିଥିବା ବେଳେ ବାଲିଆପାଳକୁ ବାଦ୍ ଦିଆଯାଇଛି। ତେବେ ଏହାକୁ ପ୍ରତିବାଦ କରି ବସ୍ତା ଯୁବକଂଗ୍ରେସର ସଭାପତି ତୀର୍ଥ କୁମାର ନାଗ୍ ଓ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ସୁବାସ କୁମାର ନାୟକଙ୍କ ନେତୃତ୍ବରେ ଶହଶହ ଯୁବ କଂଗ୍ରେସ କର୍ମୀ ଜଗନ୍ନାଥ ମନ୍ଦିର ଠାରୁ ମୋଟର ସାଇକେଲ ଶୋଭାଯାତ୍ରାରେ ଥାନାଛକ ପର୍ଯ୍ୟନ୍ତ ଯାଇଥିବା ବେଳେ ବ୍ଲକ୍ ଛକ ସାମ୍ନାରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ। ତେବେ ରାଜ୍ୟ ସରକାର ବାଲିଆପାଳକୁ ଏନଏସି ଘୋଷଣା ନକଲେ ଆଗାମୀ ଦିନରେ ଯୁବକଂଗ୍ରେସ୍ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ମତବ୍ୟକ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’