Masthead

ବିବାଦୀୟ ବିଧାୟକ ସରୋଜ ମେହେରଙ୍କୁ ଅଡ଼ୁଆ ଦଳୀୟ କର୍ମୀ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ) ବିବାଦୀୟ ବିଧାୟକ ସରୋଜ ମେହେରଙ୍କୁ ଅଡ଼ୁଆ ଦଳୀୟ କର୍ମୀ । କଳିକେଶ ସମର୍ଥକ ପରେ ସାଂସଦ ନିରଞ୍ଜନ ବିଶିଙ୍କ ସମର୍ଥକ ମଧ୍ୟ ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି। ବିଧାୟକ ସରୋଜ ଆଦିବାସୀ ଜେଇଙ୍କୁ ଉଠବସ୍ କରାଇ ବିବାଦ ଘେରକୁ ଆସିଥିଲେ। ଏପରିକି ଆଦିବାସୀ ଜେଇଙ୍କୁ ହତ୍ୟା ଘଟଣାକୁ ଚପାଇବାକୁ ବିଧାୟକ ଚାପ ପକାଇଥିବା ଅଭିଯୋଗ ଆଣିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତଥା ନିରଞ୍ଜନଙ୍କ ସମର୍ଥକ ।

କେବଳ ଏତିକି ନୁହେଁ ଅନେକ ଅପରାଧୀ କାର୍ୟ୍ୟକଳାପରେ ବିଧାୟକ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବେ ସଂପୃକ୍ତି ରହିଥିବା କହିଛି ଆଦିବାସୀ ସଂଘ । ତେଣୁ ଆସନ୍ତା ନିର୍ବାଚନରେ ପାଟଣାଗଡ଼ରେ ସରୋଜ ମେହେରଙ୍କୁ ଟିକେଟ ନଦେବାକୁ ସଂଘ ଦାବି କରିଛି। ଏତେ ଅପରାଧିକ କାର୍ୟ୍ୟକଳାପରେ ସଂପୃକ୍ତ ସତ୍ତ୍ୱେ ସରୋଜଙ୍କୁ ଟିକେଟ ଦେଲେ ଗାଁ ଗାଁରେ ତାଙ୍କ ବିରୋଧରେ ସଚେତନ କରାଯିବାକୁ ସଂଘ ଚେତାବନୀ ଦେଇଛି। ସେପଟେ ଆଦିବାସୀ ସଂଘର ଅଭିଯୋଗ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!