Masthead

ବିବାଦୀୟ ବିଧାୟକ ସରୋଜ ମେହେରଙ୍କୁ ଅଡ଼ୁଆ ଦଳୀୟ କର୍ମୀ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ) ବିବାଦୀୟ ବିଧାୟକ ସରୋଜ ମେହେରଙ୍କୁ ଅଡ଼ୁଆ ଦଳୀୟ କର୍ମୀ । କଳିକେଶ ସମର୍ଥକ ପରେ ସାଂସଦ ନିରଞ୍ଜନ ବିଶିଙ୍କ ସମର୍ଥକ ମଧ୍ୟ ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି। ବିଧାୟକ ସରୋଜ ଆଦିବାସୀ ଜେଇଙ୍କୁ ଉଠବସ୍ କରାଇ ବିବାଦ ଘେରକୁ ଆସିଥିଲେ। ଏପରିକି ଆଦିବାସୀ ଜେଇଙ୍କୁ ହତ୍ୟା ଘଟଣାକୁ ଚପାଇବାକୁ ବିଧାୟକ ଚାପ ପକାଇଥିବା ଅଭିଯୋଗ ଆଣିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତଥା ନିରଞ୍ଜନଙ୍କ ସମର୍ଥକ ।

କେବଳ ଏତିକି ନୁହେଁ ଅନେକ ଅପରାଧୀ କାର୍ୟ୍ୟକଳାପରେ ବିଧାୟକ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବେ ସଂପୃକ୍ତି ରହିଥିବା କହିଛି ଆଦିବାସୀ ସଂଘ । ତେଣୁ ଆସନ୍ତା ନିର୍ବାଚନରେ ପାଟଣାଗଡ଼ରେ ସରୋଜ ମେହେରଙ୍କୁ ଟିକେଟ ନଦେବାକୁ ସଂଘ ଦାବି କରିଛି। ଏତେ ଅପରାଧିକ କାର୍ୟ୍ୟକଳାପରେ ସଂପୃକ୍ତ ସତ୍ତ୍ୱେ ସରୋଜଙ୍କୁ ଟିକେଟ ଦେଲେ ଗାଁ ଗାଁରେ ତାଙ୍କ ବିରୋଧରେ ସଚେତନ କରାଯିବାକୁ ସଂଘ ଚେତାବନୀ ଦେଇଛି। ସେପଟେ ଆଦିବାସୀ ସଂଘର ଅଭିଯୋଗ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା