Masthead

ପାର୍ଟି ସରକାର ନୁହେଁ ଚାଷୀ ସରକାର ଗଠନ ଆହ୍ଵାନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ପାର୍ଟି ସରକାର ନୁହେଁ ଏଥର ଦରକାର ଚାଷୀ ସରକାର। ଦଳ ସରକାର ବହୁତ୍ ଦେଖିଲୁ,ବହୁତ୍ ଉପେକ୍ଷା,ଅତ୍ୟାଚାର ଶୋଷଣ ସହିଲୁ। ଏଥର ଆମ ଭୋଟରେ ଚାଷୀ ବିରୋଧୀ ସରକାର କରିବୁ ନାହିଁ ଚାଷୀ ସରକାର କରିବୁ। କ୍ଷମତା ଚାବି ବିଜେଡି, ବିଜେପି , କଂଗ୍ରେସକୁ ଦେବୁ ନାହିଁ। କେବଳ ମନ ବଦଳାଇଲେ ମତ ବଦଲାଇଲେ ବହୁତ୍ ଚମତ୍କାରିତା ଭୋଟରେ ହେବ । କ୍ଷମତାକୁ ଯିବାର ରାଜନୈତିକ ଲାଳସା କେବେ ନଥିଲା ହେଲେ ଆମ ଲୋକ ପ୍ରିୟ ବିଜେଡି ସରକାର ଚାଷୀଙ୍କୁ ଚାରିଚାରି ଥର ଭୁବନେଶ୍ୱର ମଡାଇ ଦେଲେନାହିଁ। ନାଁ ଧାନ, କ୍ଷୀର ଉପରେ ବୋନସ ନା ରିଲିଫ କୋର୍ଡ ସଂଶୋଧନ କେଉଁ ଥିରେ ସରକାରଙ୍କ ଆଗ୍ରହ ନାହିଁ।

ଏଥର ଆମେ କ୍ଷମତା ଦଖଲ ସଂକଳ୍ପ କରିଛୁ ଚାଷୀ ନିଜ ଭୋଟରେ ନିଜ ସରକାର କରିବ। ଆମର ନାରା ଭୋଟ ଆମର ସରକାର ଆମର । ଜଗତସିଂହପର ସଦର ମହକୁମାରେ ଚାଷୀ ସମାବେଶକୁ ସମ୍ବୋଧିତ କରି ଚାଷୀ ସଂଗଠନର ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ସରକାର ଚଳାଉଥିବା ବିଦ୍ୱାନ ଆଇଏଏସମାନେ ଚାଷୀକୁ ରୋଜଗାର ନଦେଇ କେବଳ ମିଛ ବିକାଶର ପ୍ରଚାରର ତୋଫାନ କରୁଛନ୍ତି। ରାଜ୍ୟ ବଜେଟର ଆକାର ବଢ଼ିଛି କିନ୍ତୁ କାଳିଆ ପଇସା ୧୦ ହଜାରରୁ ୪ହଜାର ହୋଇଛି। ଓମ୍ଫେଡ କ୍ଷୀର ଉପରୁ ବୋନସ ପ୍ରତ୍ୟାହାର ହେଉଛି। ନବୀନ ସରକାର କେତେ ଚାଷୀ ବିରୋଧୀ ଏଥିରୁ ପ୍ରମାଣିତ। ବିହାରରେ ଜଙ୍ଗଲ ରାଜ ଚାଲେ । ଏବେ ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଜଙ୍ଗଲ ରାଜ ଚାଲିଛି। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ।

କିନ୍ତୁ ଆମ ସରକାର ଚାଷୀ ଆୟ ବୃଦ୍ଧି କମ୍ବା ତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତି ନାହିଁ। ଏତେ ବଡ ଚାଷୀ ବିରୋଧୀଙ୍କୁ ହଟାଇବା ପାଇଁ ଆମ ସିଂହାସନ ଖାଲିକର ସମାବେଶ ଆୟୋଜନ କରାଯାଇଛି। ଏଭଳି ସରକାରକୁ ଚାଷୀ ମାନେ ଗୋଟିଏ ଦିନ ଆଉ ସରକାରରେ ଦେଖିବାକୁ ଚାହାଁନ୍ତି ନାହିଁ। ଏହି ସମାବେଶରେ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ସଂଗଠନ ସଂଯୋଜକ ଶେଷଦେବ ନନ୍ଦ, ବରିଷ୍ଠ ନେତା ପ୍ରଦୀପ ପ୍ରଧାନ, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ସଂଗ୍ରାମୀ ନେତା ବାସୁଦେବ, ପୂର୍ବତନ ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ ଓ ଅଶୋକ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏଥର ନିଶ୍ଚିତ ଚାଷୀ ସରକାର ପ୍ରତିଷ୍ଠା ହେବା ବୋଲି ମତବ୍ୟକ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ