Masthead

ବାରଣାସୀରୁ ନିର୍ବାଚନ ଲଢିବେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୯୫ ଆସନ ପାଇଁ ଟିକେଟ୍ ଘୋଷଣା କରିଛି ବିଜେପି । ବାରାଣସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାନ୍ଧୀନଗରରୁ ଗୃହମନ୍ତ୍ରୀ ଅମିତ ଶାହ, ଲକ୍ଷେ୍ମøରୁ ରାଜନାଥ ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେହିଭଳି ଆମେଠିରୁ ପ୍ରତିଦ୍ୱନ୍ଦିତା କରିବେ ସ୍ମୃତୀ ଇରାନୀ । ୧୬ଟି ରାଜ୍ୟ ଓ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ତାଲିକା ଘୋଷଣା ହୋଇଛି । ତେବେ ବିଜେପିର ପ୍ରଥମ ତାଲିକାରେ ୪୭ ଯୁବ ପ୍ରାର୍ଥୀ ଥିବା ବେଳେ ୫୭ ଜଣଙ୍କ ଓବିସି ପ୍ରାର୍ଥୀ ଅଛନ୍ତି ।

୧୯୫ ଜଣଙ୍କ ମଧ୍ୟରୁ ଜଣେ ମୁସଲିମ ପ୍ରାର୍ଥୀ ଦେଇଛି ବିଜେପି । ସେ ହେଉଛନ୍ତି କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଏନ ଅବଦୁଲ ସଲାମ । ତାଙ୍କୁ କେରଳ ମଲ୍ଲାପୁରମରୁ ପ୍ରାର୍ଥୀ କରିଛି ଦଳ । ଯୁବ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବାଂଶୁରୀ ସ୍ୱରାଜ । ଦିବଙ୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀଙ୍କୁ ଦିଲ୍ଲୀରୁ ଟିକେଟ୍ ଦେଇଛି ଦଳ । ସେହିଭଳି କିରଣ ରିଜିଜୁ ଅରୁଣାଚଳ ପୂର୍ବରୁ ଲଢିବା ନେଇ ସ୍ପଷ୍ଟ କରିଛି ବିଜେପି ।

ଟିକେଟ ପାଇଥିବା ଭୋଜପୁରୀ ଅଭିନେତା ରବି କିସାନ ବିଜେପି ୪୦୦ ଆସନରେ ଜିତିବ ବୋଲି ଦାବି କରିଛନ୍ତି । ଉତ୍ତରପ୍ରଦେଶ ପାଇଁ ୫୧ଟି, ପଶ୍ଚିମବଙ୍ଗ ୨୬, ମଧ୍ୟପ୍ରଦେଶ ୨୪, ଗୁଜରାଟ ୧୫, ରାଜସ୍ଥାନ ୧୫, କେରଳ ୧୨, ତେଲେଙ୍ଗାନା ୯, ଆସାମ ୧୧, ଝାଡଖଣ୍ଡ ଓ ଛତିଶଗଡ ୧୧, ଦିଲ୍ଲୀ ୫, ଉତରାଖଣ୍ଡ ୩, ଜମ୍ମୁ ୨ ଓ ଅରୁଣାଚଳ ପ୍ରଦେଶର ୨ ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରିୟ ମହାସଚିବ ବିନୋଦ ତାୱଡେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି