Masthead

ବାରଣାସୀରୁ ନିର୍ବାଚନ ଲଢିବେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୯୫ ଆସନ ପାଇଁ ଟିକେଟ୍ ଘୋଷଣା କରିଛି ବିଜେପି । ବାରାଣସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାନ୍ଧୀନଗରରୁ ଗୃହମନ୍ତ୍ରୀ ଅମିତ ଶାହ, ଲକ୍ଷେ୍ମøରୁ ରାଜନାଥ ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେହିଭଳି ଆମେଠିରୁ ପ୍ରତିଦ୍ୱନ୍ଦିତା କରିବେ ସ୍ମୃତୀ ଇରାନୀ । ୧୬ଟି ରାଜ୍ୟ ଓ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ତାଲିକା ଘୋଷଣା ହୋଇଛି । ତେବେ ବିଜେପିର ପ୍ରଥମ ତାଲିକାରେ ୪୭ ଯୁବ ପ୍ରାର୍ଥୀ ଥିବା ବେଳେ ୫୭ ଜଣଙ୍କ ଓବିସି ପ୍ରାର୍ଥୀ ଅଛନ୍ତି ।

୧୯୫ ଜଣଙ୍କ ମଧ୍ୟରୁ ଜଣେ ମୁସଲିମ ପ୍ରାର୍ଥୀ ଦେଇଛି ବିଜେପି । ସେ ହେଉଛନ୍ତି କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଏନ ଅବଦୁଲ ସଲାମ । ତାଙ୍କୁ କେରଳ ମଲ୍ଲାପୁରମରୁ ପ୍ରାର୍ଥୀ କରିଛି ଦଳ । ଯୁବ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବାଂଶୁରୀ ସ୍ୱରାଜ । ଦିବଙ୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀଙ୍କୁ ଦିଲ୍ଲୀରୁ ଟିକେଟ୍ ଦେଇଛି ଦଳ । ସେହିଭଳି କିରଣ ରିଜିଜୁ ଅରୁଣାଚଳ ପୂର୍ବରୁ ଲଢିବା ନେଇ ସ୍ପଷ୍ଟ କରିଛି ବିଜେପି ।

ଟିକେଟ ପାଇଥିବା ଭୋଜପୁରୀ ଅଭିନେତା ରବି କିସାନ ବିଜେପି ୪୦୦ ଆସନରେ ଜିତିବ ବୋଲି ଦାବି କରିଛନ୍ତି । ଉତ୍ତରପ୍ରଦେଶ ପାଇଁ ୫୧ଟି, ପଶ୍ଚିମବଙ୍ଗ ୨୬, ମଧ୍ୟପ୍ରଦେଶ ୨୪, ଗୁଜରାଟ ୧୫, ରାଜସ୍ଥାନ ୧୫, କେରଳ ୧୨, ତେଲେଙ୍ଗାନା ୯, ଆସାମ ୧୧, ଝାଡଖଣ୍ଡ ଓ ଛତିଶଗଡ ୧୧, ଦିଲ୍ଲୀ ୫, ଉତରାଖଣ୍ଡ ୩, ଜମ୍ମୁ ୨ ଓ ଅରୁଣାଚଳ ପ୍ରଦେଶର ୨ ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରିୟ ମହାସଚିବ ବିନୋଦ ତାୱଡେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା