Masthead

ପଟ୍ଟାମୁଣ୍ଡାଇକୁ ଏନଏସି ମାନ୍ୟତା ନ ମିଳିବା ସାଧାରଣ ନିର୍ବାଚନରେ ପଡିପାରେ ପ୍ରଭାବ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି ଆଜିକାଲିର ନୁହେଁ ୯୦ ଦଶକରୁ ଏହା ଉଠିଆସୁଛି । ପ୍ରବାଦ ପୁରୁଷ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ କରାଯିବାକୁ ଅଗ୍ରାଧିକାର ଦିଆଯିବ ନେଇ ଘୋଷଣା କରିଥିଲେ । ଇତି ମଧ୍ୟରେ ୩୩ ବର୍ଷ ବିତିଗଲାଣି କିନ୍ତୁ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ପ୍ରସଙ୍ଗର କୌଣସି ଅଗ୍ରଗତି ହୋଇପାରୁନାହିଁ ।

ରାଜ୍ୟର ସର୍ବପୁରାତନ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ଉଚ୍ଛେଦ କରାଯାଇ ଏହାକୁ ୩ ଭାଗରେ ବିଭକ୍ତ କରିଦିଆଯାଇଛି । ଏହାର ଏକ ବୃହତ ଅଂଶକୁ ରାଜନଗର ନିର୍ବାଚନମଣ୍ଡଳୀରେ ସାମିଲ କରିଦିଆଯାଇଛି । ସେହିପରି ୧୦ଟି ପଂଚାୟତକୁ ଆଳି ନିର୍ବାଚନ ମଣ୍ଡଳୀ ସହିତ ସାମିଲ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଂଚାୟତକୁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସହିତ ସାମିଲ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ଓ ପୌରାଚଂଳର ୨୦ଟି ୱାର୍ଡ ରାଜନଗର ନିର୍ବାଚନ ମଣ୍ଡଳୀରେ ସାମିଲ କରାଯାଇ ନୂତନ ଭାବେ ରାଜନଗର ନିର୍ବାଚନ ମଣ୍ଡଳୀ ଗଠନ ହେବା ଓଡିଶା ରାଜନୈତିକ ମାନଚିତ୍ରରୁ ପଟ୍ଟାମୁଣ୍ଡାଇର ନାଁକୁ ସବୁ ଦିନପାଇଁ ଲିଭାଇ ଦିଆସାରିଛି ।

ସେବେଠାରୁ ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣ ରାଜସ୍ୱ ସବ ଡିଭିଜନ ଦାବି ପୁରଣ ପାଇଁ ତତ୍ପର ହୋଇଉଠିଛନ୍ତି । ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବ ଡିଭିଜନ ଘୋଷଣା ଦାବି ପୂରଣ ପାଇଁ ବହୁ ସଂଗଠନ ଓ ଗଣ ସଂଗଠନ ଗୁଡିକ ଆନେ୍ଦାଳନ ବି ଜାରି ରଖିଛନ୍ତି । ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବ ଡିଭିଜନ ଘୋଷଣା ପ୍ରସଂଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟର ସ୍ପଷ୍ଟତାକୁ ନେଇ ପଟ୍ଟାମୁଣ୍ଡାଇର ଜନସାଧାରଣ ଅପେକ୍ଷା କରିଥିବା ବେଳେ ସ୍ଥାନୀୟ ବିଧାୟକ ଓ ରାଜନେତାମାନଙ୍କ ପ୍ରତିଶ୍ରୁତି ପାଳନ ନ କରିବା ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି । ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଆଗାମୀ ସାଧରଣ ନିର୍ବାଚନକୁ ଏହା ପ୍ରଭାବିତ କରିପାରେ ବୋଲି ସାଧାରଣ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା