ବିଭିନ୍ନ ରାଜ୍ୟ ବଢ଼ାଉଛନ୍ତି ତାଲାବନ୍ଦ ଅବଧି, କି ନିଷ୍ପତ୍ତି ନେବେ ଓଡ଼ିଶା ସରକାର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ୮୦ ପ୍ରତିଶତ ଅଞ୍ଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନକୁ ବଢ଼ାଇ ଦିଆଯାଇଛି । ସେପଟେ କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଡୁଚେରୀ, ମେଘାଳୟ ଓ ହିମାଚଳ ପ୍ରଦେଶରେ ମଧ୍ୟ ତାଲାବନ୍ଦ ଅବଧି ବୃଦ୍ଧି କରାଯାିଛି । ସେପଟେ ଓଡ଼ିଶାରେ ମଧ୍ୟ ଜୁନ ୧ ତାରିଖରେ ଲକଡାଉନ ଅବଧି ଶେଷ ହେବାକୁ ଥିବା ବେଳେ ଏଠାରେ କ’ଣ ହେବ ସେ ନେଇ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ କମିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମୁଥିବା ବେଳେ ସଂକ୍ରମଣ ହାର ୧୪% ରହୁଛି । ଆଗକୁ ବିଭିନ୍ନ ଓଷା, ବାର, ବ୍ରତ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କେଉଁଭଳି ନିଷ୍ପତ୍ତି ନେବ ତାହା ସନ୍ଧ୍ୟା ୬ଟା ୩୦ରେ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!