Masthead

ସାଲାଇନ ପାଇଁ ଫାର୍ମାସିଷ୍ଟଙ୍କୁ ମାଡ଼

ବନ୍ତ (ବଡ଼ ଖବର ବ୍ୟୁରୋ): ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଫାର୍ମାସିଷ୍ଟଙ୍କୁ ମାଡ଼ମାରି ମୁହଁ ଫଟାଇଲେ ଉତ୍ତ୍ୟକ୍ତ ଯୁବକ । ଅଭିଯୋଗ ଅନୁଯାୟୀ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମହେଶ୍ୱର ଦାସ ଗତକାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ସମୟରେ ପୁରୁଷଣ୍ଢ ଗ୍ରାମର ଜନୈକ ଯୁବକ ତାଙ୍କର ଜଣେ ସାଙ୍ଗକୁ ଧରି ଶ୍ରୀ ଦାସଙ୍କ ପାଖରେ ପହଞ୍ଚି ଘରକୁ ନେବାପାଇଁ ସାଲାଇନ ମାଗିଥିଲେ। ମାତ୍ର ବିନା ଡାକ୍ତରୀ ପ୍ରେସକ୍ରିପସନ୍ ଏବଂ ମେଡ଼ିକାଲ ବାହାରକୁ ସାଲାଇନ୍ ଦେବାକୁ ଉକ୍ତ ଯୁବକଙ୍କୁ ଫାର୍ମାସିଷ୍ଟ ଜଣକ ମନା କରିଥିଲେ ।

ଏତିକିରେ ବିଭିନ୍ନ ଅସଭ୍ୟ ଭାଷାରେ ଯୁବକ ଜଣକ ଗାଳି ଗୁଲଜ କରିବା ସହ ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣକ ଶ୍ରୀ ଦାସଙ୍କୁ ମାଡ ମାରିଥିଲେ । ଯାହାର ଭିଡ଼ିଓ ସିସିଟିଭିରେ କଏଦ୍ ହୋଇଛି । ଉତ୍ୟକ୍ତ ବ୍ୟକ୍ତି ଜଣଙ୍କ ଫାର୍ମାସିଷ୍ଟଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଲୋକମାନେ ତାଙ୍କୁ ଧରି ନେଇଥିଲେ। ତେବେ ଏଥିରେ ଷ୍ଟେଥୋସ୍କୋପ ଏକ ସୁନା ଚେନ ମଧ୍ୟ ସଂପୃକ୍ତ ଯୁବକ ଜଣକ ନେଇଥିବା ଫାର୍ମାସିଷ୍ଟ ମହେଶ୍ୱର ଦାସ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଆଗରପଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ