ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା….ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ସ୍ୱାମୀ ଲକ୍ଷ୍ମଣାନନ୍ଦ ସାରସ୍ବତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଲେ ଓଡ଼ିଶାରେ ବିଜେଡି ସରକାରରେ ରହିବାର ଅଧିକାର ନାହିଁ । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହାଡପ ହେଲା । ଧର୍ମାନ୍ତୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ଆଜିର ବିଜେଡି ସାଂସଦ ସସ୍ମିତ ପତ୍ରାଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା । ସୁରକ୍ଷ ମାଗିଲେ ପୋଲିସ ତାଙ୍କୁ ଦୁବ୍ୟବହାର କଲେ । ଓଡ଼ିଶାରେ ଫ୍ରିଡିମ ରିଲିଜିଆନ ଆକ୍ଟ ଅଛି ।

ହେଲେ ଏତେ ବଡ଼ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିଲେ । ସେ କ’ଣ କିଛି ଜାଣି ପାରିଲେନି । ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏହାର ପ୍ରଚ୍ଛଦ ପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସାଂପ୍ରଦାୟିକ ଷଡଯନ୍ତ୍ର ରଚିଥିଲେ । ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । ୩ ଟି କମିଶନ ବସିଲା ତାଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’