Masthead

ଚଣ୍ଡିଖୋଲରେ ମୋଦି ଗ୍ୟାରେଣ୍ଟି ସମାବେଶ, କହିଲେ ‘ଅବକି ବାର ୪୦୦ ପାର’

ଚଣ୍ଡିଖୋଲ(ବଡ଼ ଖବର ବ୍ୟୁରୋ): ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ ମୋଦି ଗ୍ୟାରେଣ୍ଟି ସମାବେଶ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ଆରମ୍ଭ କଲେ ନିଜ ଅଭିଭାଷଣ । କହିଲେ ଆଜି ବିଜୁ ଜୟନ୍ତୀରେ ଓଡ଼ିଶାରେ ତାଙ୍କୁ ନମନ ସୁଯୋଗ ମିଳିଛି । ଏତେ ବିଶାଳ ସଂଖ୍ୟା ପୂର୍ବର ମୁଡ୍‌ ଜଣାଇ ଦେଉଛି । ଓଡ଼ିଶାର ସଂକଳ୍ପ କ’ଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି । ଦେଶରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ପୁଣି ଥରେ । ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ । ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି । ଓଡ଼ିଶା ବିକଶିତ ଭାରତର ଗେଟ୍‌ ୱେ ହେଉ । ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି । ୧୦ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ନିବେଶ ହୋଇଛି ।

ସେପଟେ ସଭାରେ କଂଗ୍ରେସକୁ ଧୋଇଦେଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଯେଉଁ ନିବେଶ ହୋଇଛି ତାହା ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା କିନ୍ତୁ ୨୦୧୪ ପୂର୍ବରୁ ଥିବା କଂଗ୍ରେସ ସରକାର ବିକାଶରେ ନିବେଶ କରିବା ବଦଳରେ ନିଜ ପକେଟରେ ଟଙ୍କା ପୁରାଉଥିଲା । କଂଗ୍ରେସ ସରକାର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି କରିଛି । ସ୍ୱାଧୀନତା ପରେ କଂଗ୍ରେସ ଦେଶରେ ଏମିତି ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଗରିବ, ଯୁବକ ଓ ଆଦିବାସୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ କଂଗ୍ରେସ ଗ୍ୟାରେଣ୍ଟି ଖୋଜୁଥିଲା ।

କିନ୍ତୁ ୨୦୧୪ ପରେ ଏକ ଗରିବର ପିଲା କେନ୍ଦ୍ରରେ ସରକାର ଗଢିଲା । ଯେତେବେଳେ ଜଣେ ଗରିବର ପିଲା ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗରିବଙ୍କର ଗ୍ୟାରେଣ୍ଟି ସାଜି ଉଭା ହୋଇଛି ମୋଦୀ । ବିନା ଗ୍ୟାରେଣ୍ଟିରେ ଗରିବଙ୍କୁ ବିନା ସୁଧରେ ଋଣ ଦେଉଛୁ । ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢିଛି । ସମସ୍ତଙ୍କର ବିଶ୍ୱାସ ବଢିଛି ଯେ, ଗରିବର ସାଥୀ ହେଉଛନ୍ତି ମୋଦୀ । ଯେଉଁ ଗରିବଙ୍କୁ କଂଗ୍ରେସ ପଚାରୁନାହାନ୍ତି ତାଙ୍କୁ ମୋଦୀ ପଚାରୁଛନ୍ତି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦିର ଆରମ୍ଭ ହୁଏ । ଏହା ହିଁ ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ