Masthead

ବିଜୁ ଜୟନ୍ତୀରେ ବିଜେଡି ଭାଗ ଭାଗ

ବାହାନଗା (ବଡ଼ ଖବର ବ୍ୟୁରୋ): ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ । ଉଗ୍ର ହେଉଛି ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଗୋଷ୍ଠୀ ଏବଂ ବିଧାୟକ ବିରୋଧୀ ଗୋଷ୍ଠୀଙ୍କ କନ୍ଦଳ । ବିଜୁ ଜୟନ୍ତୀରେ ବି ଅଲଗା ଅଲଗା ସ୍ଥାନରେ ପାଳିଲେ ଜନ୍ମ ଜୟନ୍ତୀ । ନିର୍ବାଚନ ଯେତେ ପାଖେଇ ଆସୁଛି ସୋର ନିର୍ବାଚନ ମଣ୍ଡଳୀରେ ବିଜେଡିର କଳି ଉଗ୍ର ହେବାରେ ଲାଗିଛି ।

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ରାଧାନାଥ ପଡିଆରେ ନିଜର ଗୋଟିଏ ଗୋଷ୍ଠୀକୁ ଧରି ସଭା କରିଥିବା ବେଳେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଶିବାନୀ ଶଙ୍କର ରାୟଙ୍କ ନେତୃତ୍ୱରେ ବାହାନଗାରେ ସଭା କରି ବିଜୁ ଜୟନ୍ତୀ ପଲିଥିଲେ । ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ସୋରରେ ନିର୍ବାଚିତ ହେବା ପରେ କୌଣସି ବିକାଶ କରିନଥିବା ବେଳେ ନିଜର ବିକାଶ କରିଛନ୍ତି ବୋଲି କହିଛନ୍ତି । ପର୍ଶୁଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ବିଜେଡି ନେତା ମାନେ । ଅନ୍ୟପଟେ ପର୍ଶୁରାମ ନିଜ ସମର୍ଥକଙ୍କ ସହ ବିଦ୍ରୋହୀଙ୍କ ଉପରେ ବର୍ଷିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ