Masthead

ବୁଡି ବିସ୍ଥାପିତଙ୍କ ଆତ୍ମହୁତି ଉଦ୍ୟମ, ସଂଘର ସଭାପତିଙ୍କୁ ଉଠାଇ ନେଲା ପୋଲିସ୍

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ରେଙ୍ଗାଳୀ ବୁଡ଼ି ବିସ୍ଥାପିତଙ୍କ ଆତ୍ମହୁତି ଉଦ୍ୟମ ବେଳେ ସଂଘର ସଭାପତିଙ୍କୁ ଉଠାଇ ନେଲା ପୋଲିସ୍। ଅନୁଗୋଳ ଜିଲ୍ଲା ପାଲଲହଡ଼ା ଠାରେ ଦୀର୍ଘ ଦିନରୁ ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କ ଦୁଃଖ ସରକାର ନ ବୁଝିବାରୁ ସେମାନେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ ଗୁହାରି କରି ସାରିବା ପରେ କିଛି ଦିନ ପୂର୍ବରୁ ଜଳ ସତ୍ୟାଗ୍ରହ କରି ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ବୁଝାଇ ବାହାର କରିଥିଲା। ଏବେ କୌଣସି ନିଷ୍ପତି ନହେବା ହେତୁ ସେମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ସମୂହ ଆତ୍ମହୁତି ଦେବା ପାଇଁ ନିଷ୍ପତି ନେଇ ବାହାରି ଥିଲେ ।

ୟାରି ଭିତରେ ସଂଘର ସଭାପତି ସନ୍ତୋଷ କୁମାର ଦେହୁରୀ କିରୋସିନି ଢ଼ାଳି ହୋଇ ନିଆଁ ଲଗାଇବା ସମୟରେ ପୋଲିସ ଉଠାଇ ଥାନାକୁ ନେଇଛି। ସଂଘର ସଭାପତି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ପୋଲିସ ତାଙ୍କ ପ୍ରତି ଅନ୍ୟାୟ କରୁଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ସଙ୍ଗର ସଭାପତିଙ୍କୁ ପୋଲିସ ଉଠାଇ ନେବାପରେ ସମସ୍ତ ବୁଡ଼ି ପ୍ରଜା ସଭାପତିଙ୍କୁ ଛାଡିବା ଦାବିରେ ଥାନାରେ ବସିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ