ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲମ୍ବା ସମୟ ପରେ ଭାରତ ଗସ୍ତରେ ଆସିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକିଇଚି । ତାଙ୍କର ଏହି ଗସ୍ତ ସମୟରେ ସେ ଭାରତୀୟ କଳା ସଂସ୍କୃତି ପ୍ରତି ଆତ୍ମମୀୟ ହୋଇପଡିଛନ୍ତି । ଆଉ ସେଥିରେ ସେ ନିଜକୁ ସାମିଲ କରିଛନ୍ତି । ଭାରତୀୟ ଶାସ୍ତ୍ରୀୟ ତାରବାଦ୍ୟ ସନ୍ତୁର ବଜାଇଛନ୍ତି । । ଏହାର ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ବେଳେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଜୁଲାଇ ୧ରୁ ଆସିଥିବା ବେଳେ ଆଜି ଭାରତରେ ତାଙ୍କର ଶେଷ ଦିନ ରହିଛି । ସେ ଭାରତକୁ ତିନି ଦିନିଆ ଗ୍ରସ୍ତରେ ଆସିଛନ୍ତି । ଗୁରୁବାର ଭାରତ-ଜାପାନ ମଧ୍ୟରେ ୧୬ତମ ବାର୍ଷିକ ଶିଖର ସମ୍ମିଳନୀ ସହ ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ଫୋରମରେ ସଭାରେ ଯୋଗଦେଇଥିଲେ । ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭାରତ ଗ୍ରସ୍ତ ସମୟରେ ସାନାଏ ତାକାଇଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଶି ହରିୟାଣାର ଖାରଖୋଦାଠାରେ ମାରୁତି ସୁଜୁକିର ଚତୁର୍ଥ ଉପାଦନ କାରଖାନାର ଭର୍ଚୁଆଲ୍ ମୋଡରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ନେହର ସହ ସାନାଏ ତାକାଇଚିଙ୍କୁ ନିଜର ସାନ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ନେଇ ଜାପାନର ପ୍ରଧାନମନ୍ତ୍ରୀ ତାକାଇଚି କହିଥିଲେ ଯେ, ଉଭୟ ଦେଶ ଭାଇ-ଭଉଣୀ ଭଳି । ଭାରତ ଓ ଜାପାନ ସଂମ୍ପର୍କକୁ ଆହୁରି ସୁଦୃଢ କରିବାକୁ ସହମତି ଜଣାଇଛୁ । ଜାପାନର ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଣ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ସାସ୍କୃତିକ ଆଦାନ ପ୍ରଦାନର କିଛି ଝଲକ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନରେ ମୋତେ ଅତିଥ୍ୟ ମିଳିଥିବାରୁ ମୁଁ ବହୁତ ଖୁସି । ଆହୁରି ମଧ୍ୟ କହିଥିଲେ, ବୈଠକ ସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେବଳ ଭାରତ ଓ ଜାପାନ ସମ୍ପର୍କ ଏବଂ ଆନ୍ତର୍ଜାତିକ ପରିସ୍ଥିତି ନେଇ ଆଲୋଚନା ହୋଇଛି ତାହା ନୁହେଁ, ବରଂ ଉଭୟ ଦେଶର ସଂସ୍କୃତି, ଖାଦ୍ୟ ଏବଂ ପରସ୍ପର ପ୍ରତି ଥିବା ଭାବନାକୁ ନେଇ ଖୋଲାଖୋଲି କଥା ହେବାର ସୁଯୋଗ ମିଳିଥିଲ । ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଗଢି ଉଠିଥିବା ବିଶ୍ୱାସକୁ ଆଧାର କରି ଆସନ୍ତା ବର୍ଷ ଆମ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ସ୍ଥାପନର ୭୫ବର୍ଷ ପୂର୍ତ୍ତି ଅବସର ରହିଛି । ଜାପାନ-ଭାରତ ସମ୍ପର୍କକୁ ଆହୁରି ଉଚ୍ଚସ୍ତରକୁ ନେବା ପାଇଁ ଆମେ କାର୍ଯ୍ୟ କରିବୁ ବୋଲି ଆଶା କରିଛନ୍ତି ।
