Masthead

ଅର୍ଥ ଦୁର୍ନୀତି ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଜନଶୁଣାଣୀ ପରେ ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ବ୍ୟାପକ ବଦଳି ବାତିଲ । ପୂର୍ବ ଘୋଷଣା ଅନୁଯାୟୀ ଗତ ୧୧ ତାରିଖ ଦିନ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଗଠିତ ତଥ୍ୟ ଅନୁସନ୍ଧାନକାରୀ କମିଟି ନବରଙ୍ଗପୁର ଜିଲ୍ଲାରେ ଡ଼ିଇଓଙ୍କ ବ୍ୟାପକ ଦୁର୍ନୀତି ଓ ଅର୍ଥ ସଂଗ୍ରହ ଘଟଣାରେ ଜନ ଶୁଣାଣି କରିଥିଲେ । ଜନଶୁଣାଣି ଶିବିରରେ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷାବିତ୍ ଓ ସାମାଜିକ କର୍ମୀ ଯୋଗଦେଇ ନବରଙ୍ଗପୁର ଡ଼ିଇଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ବଦଳି ସଂପର୍କରେ ବହୁ ତଥ୍ୟ ପ୍ରଦାନ କରିଥିଲେ । ତଥ୍ୟ ଅନୁସନ୍ଧାନକାରୀ କମିଟିର ପ୍ରାରମ୍ଭିକ ରିପୋର୍ଟ ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା ।

ରାଜ୍ୟ ଆବାହକ ତଥା ବରିଷ୍ଟ ଆଇନଜୀବୀ ସୁବ୍ରତ କୁମାର ନନ୍ଦଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରି ଗତ ମାସକ ମଧ୍ୟରେ ୩୦୦ ରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ବଦଳି କରାଯାଇଥିବା କଥା ଉଲ୍ଲେଖ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଗତକାଲି ନବରଙ୍ଗପୁର ଉପ-ଜିଲ୍ଲାପଳଙ୍କ ପକ୍ଷରୁ ଜାରି ଏକ ନିଦେ୍ର୍ଦଶାନାମାରେ ଡ଼ିଇଓଙ୍କୁ ତୁରନ୍ତ ସମସ୍ତ ବଦଳି ବାତିଲ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ଉପ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ପରେ ମଧ୍ୟ ଅଧିକାଂଶ ଶିକ୍ଷକଙ୍କ ବଦଳି ବାତିଲ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ।

ନିର୍ବାଚନ କମିଶନରଙ୍କ ନିଦେ୍ର୍ଦଶ ତଥା ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶ ଅନୁସାରେ ସମସ୍ତ ଶିକ୍ଷକଙ୍କ ତୁରନ୍ତ ବଦଳି ବାତିଲ କରିବାକୁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏ ସଂପର୍କରେ ରାଜ୍ୟ ଅବାହାକ ଆଇନଜୀବୀ ଶ୍ରୀ ନନ୍ଦ ଆଜି ଜିଲ୍ଲାପାଳଙ୍କ ନିକଟକୁ ତୁରନ୍ତ ଏ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁଥିବା ସମୟରେ ଆଚରଣ ବିଧିକୁ ଉଲଂଘନ କରି ବହୁ ସଂଖ୍ୟକଙ୍କ ବଦଳି ପଛରେ ବ୍ୟାପକ ଅର୍ଥ କାରବାରର ଦୁର୍ନୀତି ଜିଲ୍ଲାପାଳ ତଦନ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା