Masthead

କାଳ ହେଲା କଳି

ଦଶରଥପୁର, (ବଡ଼ ଖବର ବ୍ୟୁରୋ): ଘରୋଇ କଳିର କରୁଣ ପରିଣତି । କାଳ ହେଲା କଳି । ଆତ୍ମହତ୍ୟା କଲେ ଯୁବକ । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଶୁଶୁଆ ପଞ୍ଚାୟତ ଈଶ୍ୱରପୁରେ ଘଟିଛି ଅଭାବନୀୟ ଘଟଣା । ଗାଁର ସନ୍ତୋଷ କୁମାର ବାଇ ରେଳଧାରଣାରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ସନ୍ତୋଷଙ୍କ ମୃତ୍ୟୁକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।

ସନ୍ତୋଷଙ୍କ ପରିବାର କହିଲେ ୨ଝିଅ, ପୁଅ ଓ ସ୍ତ୍ରୀ । ଘରୋଇ କମ୍ପାନୀରେ ଚାକିରି କରି ପରିବାର ଚଳାଉଥିଲେ । କରୋନାରେ ଚାକିରି ହରାଇ ଘରକୁ ଚାଲି ଆସିଥିଲେ ସନ୍ତୋଷ । ରୋଜଗାର ନ ଥିବାରୁ ପରିବାର ଚଳାଇବା କଷ୍ଟ ହେଉଥିଲା । ଯାହାକୁ ନେଇ ପ୍ରତିଦିନ ପରିବାରରେ ଲାଗି ରହୁଥିଲା କଳି । ସୋମବାର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ହଠାତ ନିଖୋଜ ହୋଇଯାଇଥିଲେ ସନ୍ତୋଷ । ପରିବାର ଲୋକେ ବନ୍ଧୁ ଘର ଓ ପାଖ ଆଖରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କ ସନ୍ଧାନ ମିଳି ନ ଥିଲା । ପରିବାର ଲୋକେ ମଙ୍ଗଳପୁର ଥାନାରେ ଏ ନେଇ ଏତଲା ଦେଇଥିଲେ । ଜଳେଶ୍ୱର ରେଳ ଧାରଣାରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିଥିଲା ରେଲୱେ ପୋଲିସ । ପରିବାର ଲୋକଙ୍କୁ ଖବର ଦେବା ପରେ ଖେଳିଯାଇଛି ଶୋକର ଛାୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି