Masthead

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ତିର୍ତ୍ତୋଲ / ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡୁଆ କମିବାର ନା ନେଉନି। ଏକ ବର୍ଷ ପୂର୍ବରୁ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିଥିଲେ ତାଙ୍କ ବାନ୍ଧବୀ ସୋମାଲିକା ଦାସ। ଯେଉଁଥିରେ ବିବାହ ଲାଗି ପ୍ରତାରଣା, ଗର୍ଭ ନଷ୍ଟ, ପ୍ରେମ କରି ପ୍ରତାରଣା ଭଳି ଅନେକ ପ୍ରକାରର ଅଭିଯୋଗ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।

ହେଲେ ପୋଲିସ ଘଟଣାର ତଦନ୍ତ ନକରିବାରୁ ସୋମାଲିକା ମାନ୍ୟବର କୋର୍ଟଙ୍କ ଦ୍ବାରସ୍ଥ ପରେ କୋର୍ଟ ଜଗତସିଂହପୁର ପୋଲିସକୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘଟଣାର କିଛି ତଦନ୍ତ ହେଲା ନାହିଁ ବୋଲି ସୋମାଲିକା ପୁଣି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ସୋମାଲିଲା ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଜଗତସିଂହପୁର ପୋଲିସ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନାମରେ ମାମଲା ଦାଏର କରିଛନ୍ତି। ଆଉ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ସେ ନ୍ୟାୟ ପାଇଁ ଲଢେଇ କରିବା ପାଇଁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ