Masthead

ଦିନରେ ଗରମ ଓ ରାତିରେ ଅନ୍ଧାରରେ ଛଟପଟ ଲୋକେ

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ଦିନେ କି ଦୁଇ ଦିନ ନୁହେଁ। ଦଶ ଦିନ ଧରି ଅନ୍ଧାରରେ ପୂରା ଗାଁ। ଗୋଟିଏ ପଟେ ଟାଟା ପାଓ୍ବାର ଅନ୍ୟ ପଟେ ଜମି ସମସ୍ୟା। ଏହାରି ଭିତରେ ବାଟବଣା ହୋଇଛି ଟାଟା ପାଓ୍ବାର। ଲୋକେ ଦିନରେ ଗରମ ଓ ରାତି ଅନ୍ଧାରରେ ଛଟପଟ ହେଉଛନ୍ତି। ଗୋଟିଏ ପରିବାରର ମନମାନି ପାଇଁ ନାକେଦମ ହେଲେଣି ଗାଁ ଲୋକେ। ଏମିତିକି ସରକାରୀ ଜମିକୁ ଜବରଦଖଲ କରି ବସାଇ ଦେଉନି ବିଦ୍ୟୁତ ଟ୍ରାନ୍ସଫର୍ମର। ଏଭଳି ଚିତ୍ର ଆସିଛି ବଡ଼ଚଣା ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ହାଟକରନ୍ଦା ଗ୍ରାମରୁ।

ଦୀର୍ଘ ଦଶ ଦିନ ଧରି ଅନ୍ଧାରରେ ପୂରା ଗାଁ ରହିବା ପରେ ଲୋକେ ଆଜି ବଡ଼ଚଣା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହାର ମୂଳ ସମଧାନ ପାଇଁ ଗ୍ରାମର ମୁରବୀ ବୁଦ୍ଧିଜୀବୀ ଓ ଯୁବକ ଏକତ୍ରିତ ହୋଇ ଧାରଣାରେ ବସି ରହିବା ସହିତ ଟାଟା ପାଓ୍ବାରର ମନମାନି ଉପରେ ନାରାବାଜି କରିଥିଲେ। ଏ ନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗୋପାଳ ମହାପାତ୍ର କହିଛନ୍ତି, ଗାଁରେ ଜମି ସମସ୍ୟା ଥିବାରୁ ଟ୍ରାନ୍ସଫର୍ମରର ବସିପାରୁନି, ଗ୍ରାମବାସୀମାନେ ଏହାର ସମାଧାନ କଲେ ବିଦ୍ୟୁତ ସଂଯୋଗ ଖୁବଶୀଘ୍ର ଯୋଗାଇ ଦେବୁ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା