Masthead

ଶିକାରୀ ଗୁଳିରେ ୨ ବନ କର୍ମଚାରୀ ଗୁରୁତର, ୧ ଆହତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କୁଳଡିହା ବନ କର୍ମଚାରୀଙ୍କୁ ଗୁଳିମାଡ଼ । ଶିକାରୀ ଗୁଳିରେ ୨ ବନ କର୍ମଚାରୀ ଗୁରୁତର, ଜଣେ ଆହତ । ଏଭଳି ଘଟଣା ଘଟିଛି କୁଳଡିହା ପଞ୍ଚଲିଙ୍ଗେଶ୍ୱର ବ୍ରିଟ୍ ଅଞ୍ଚଳରେ । ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।

ମାତ୍ର ବନ କର୍ମଚାରୀଙ୍କ କବଳରୁ ମୁକୁଳିବାକୁ ଶିକାରୀଦ୍ୱୟ ଗୁଳିମାଡ଼ କରିଥିଲେ। ଏଥିରେ ୨ ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଅଛି। ଆଉ ଜଣେ ବନ କର୍ମଚାରୀ ଡେଇଁ ପଡ଼ିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଗୁରୁତର ହୋଇଥିବା ୨ ବନ କର୍ମଚାରୀ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଆହତ ବନ କର୍ମଚାରୀଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ