Masthead

ବାଘ ଛାଲ ଜବତ, ୫ଗିରଫ

ରାଇରଙ୍ଗପୁର, (ବଡ଼ ଖବର ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ବାଘ ଛାଲ ଜବତ କରିବା ସହ ବ୍ୟାପାରୀଙ୍କୁ ଗିରଫ କରିଛି ବନ ବିଭାଗ । ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ବାଘ ଛାଲ ବ୍ୟାପାରୀଙ୍କୁ ଧରିବା ନେଇ ଉଦ୍ୟମ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛି । ବାଘ ଛାଲ ଜବତ କରିବା ସହ କାରବାରରେ ଲିପ୍ତ ୫ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ କୁଳିଅଣାର ଖେଲାରାମ ହାଁସଦା, ହାମ୍ବିର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନଥ ମାରାଣ୍ଡ ଓ ଜାମଦାର ତୁସିଲ ମୁର୍ମୁ । ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ରେ ମଧ୍ୟ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ । ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ରେ ଶିମିଳିପାଳ ଅଞ୍ଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ । ମାତ୍ର କୋଭିଡ ଟେଷ୍ଟ ପାଇଁ ନେଉଥିବା ସମୟରେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ ଲବ । ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ୱଂସ କରୁଥିବା ଶିକାରୀ ଓ ବ୍ୟାପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ ମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ