Masthead

କାହାର କଟିବ, କାହାକୁ ମିଳିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ବିଭିନ୍ନ ଲୋକସଭା ଆସନରେ ହେଭିୱେଟ୍ ନେତାଙ୍କୁ ଟିକେଟ୍ ଦେଇସାରିଛି । ଏବେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଅପେକ୍ଷା । କାହାକୁ ମିଳିବ କାହାର କଟିବ ଟିକେଟ । ତା ଉପରେ ରହିଛି ସମସ୍ତଙ୍କ ନଜର । ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଜମିବ ନିର୍ବାଚନ ପ୍ରଚାର । ସରଗରମ ହେବ ନିର୍ବାଚନୀ ମଇଦାନ ।

କାହାକୁ ଟିକେଟ ମିଳିବ କାହାର କଟିବ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ଠିକ ସମୟରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳ କହୁଥିବାବେଳେ ବିଭିନ୍ନ ସମୟରେ ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ଚାଲିଛି ଟିକେଟ୍ କସରତ୍ । ବିଭିନ୍ନ ଜିଲ୍ଲାର ନେତାଙ୍କୁ ନେଇ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ । ନିକଟରେ କଂଗ୍ରେସ କହିଥିଲା, ଦଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ରଖିଛି । କଂଗ୍ରେସ ମଧ୍ୟ ଜଗି ରହି ମୈଦାନକୁ ଓହ୍ଲାଇବା ଠିକ୍ ହେବ ବୋଲି ବିଚାର କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ