Masthead

ବଡ଼ ଖବର ପ୍ରଭାବ

ବରଗଡ଼(ବଡ଼ ଖବର ବ୍ୟୁରୋ): ବଡ଼ ଖବର ମହାପ୍ରଭାବ । ଆଜିଠାରୁ ବରଗଡ଼ ଜିଲ୍ଲାର ୫ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାର ୧୨୫ କାର୍ୟ୍ୟରତ ସାମ୍ବାଦିକଙ୍କ ଟିକାକରଣ କାର୍ୟ୍ୟ ଆରମ୍ଭ ହୋଇଛି। ପଦ୍ମପୁର ସବଡିଭିଜନାଲ ହସ୍ପିଟାଲରେ ଅପରାହ୍ଣ ୪ଟା ରୁ ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ । ବାକି ୪ଟି କେନ୍ଦ୍ରରେ ସାମ୍ବାଦିକଙ୍କୁ ପ୍ରାଥମିକତା ଦେଇ ଟିକାକରଣ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା ପରେ ସମସ୍ତଙ୍କୁ ଟିକାକରଣ ପାଇଁ ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ପ୍ରଥମେ ଦାବି ଜଣାଇଥିଲେ ।

ବଡ଼ ଖବର ସାମ୍ବାଦିକଙ୍କ ହିତକୁ ଦୃଷ୍ଟିରେ ଦେଇ ଦିନତମାମ ଖବର ପ୍ରସାରଣ କରିଥିଲା । ବାଧ୍ୟ ହୋଇ ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିଲେ । ଫଳସ୍ୱରୂପ ଆଜି ସାରା ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡ ପାଇଥିବା କାର୍ୟ୍ୟରତ ସାମ୍ବାଦିକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଇଥିଲା । ଓୟୁଜେ ଅନୁବନ୍ଧିତ ବରଗଡ଼ ଓୟୁଜେ ଶାଖାର ସଭାପତି କହିଛନ୍ତି ରାଜ୍ୟ ସରକାର ସାମ୍ବାଦିକଙ୍କ ଦାବିକୁ ଦୃଷ୍ଟି ଦେଇ ଟିକାକରଣ କରିଥିବାରୁ ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଓ ଓୟୁଜେ ସଭାପତିଙ୍କୁ ଧନ୍ୟବାଦ । ବରଗଡ଼ ଜିଲ୍ଲା ସଂସ୍କୃତି ଭବନ, ପଦ୍ମପୁର ସବ ଡିଭିଜନ ସ୍ୱାସ୍ଥ୍ୟକେନ୍ଦ୍ର, ଅତାବିରାରେ କାଦୋବାହାଲ ସ୍ୱାସ୍ଥ୍ୟକେନ୍ଦ୍ର, ପାଇକମାଲ ଓ ବରପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼