Masthead

ଚେନ୍ନାଇର ବ୍ୟାଟିଂ ଓ ବୋଲିଂ ଆଗରେ ଧରାଶାୟୀ ହେଲା ଗୁଜୁରାଟ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ସଂସ୍କରଣର ୭ମ ମ୍ୟାଚରେ ଗୁଜୁରାଟ ବିପକ୍ଷ ଚେନ୍ନାଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ମଙ୍ଗଳବାର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି ସିଏସକେ । ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଗୁଜରାଟ ୮ ୱିକେଟ ହରାଇ ୧୪୩ ରନରେ ଅଟକିଛି ଯାଇଛି। ଲଗାତାର ଦ୍ୱିତୀୟ ବିଜୟ ପରେ ୪ ପଏଂଟ ସହ ଟେବୁଲରେ ଶୀର୍ଷକୁ ଉଠିଛି ଚେନ୍ନାଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଗୁଜରାଟ ।

ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ଓ ରାଚୀନ ରବୀନ୍ଦ୍ର ପାଳି ଆରମ୍ଭ କରିଥଲେ । ଉଭୟ ରୁତରାଜ ଓ ରାଚୀନ ପ୍ରଥମ ୱିକେଟ ପାଇଁ ୬୨ରନର ଭାଗୀଦାରୀ କରିଥିଲେ । ରାଚୀନ କ୍ରିଜ୍ ଛାଡିବା ପୂର୍ବରୁ ୩୦ଟି ବଲରେ ୬ଟି ଚୌକା ଏବଂ ୩ଟି ଛକା ସହ ୪୬ ରନ୍ ସଂଗ୍ରହ କରିଥିଲେ । ରୁତରାଜ ଗାଏକୱାଡ ମଧ୍ୟ ୩୬ ବଲରେ ୫ଚୌକା ଏବଂ ଗୋଟିଏ ଚୌକା ସହ ୪୬ ରନ ସଂଗ୍ରହ କରିଥିଲେ । ପରେ କ୍ରିଜକୁ ଆସି ଗୁଜରାଟ ବୋଲରଙ୍କ ଧୁଲାଇ କରିବା ସହ ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ ଶିଭମ୍ ଦୁବେ । ୨୩ ବଲରେ ୫ଟି ଛକା ୨ଟି ଚୌକା ବଳରେ ୫୧ ରନ୍ ହାସଲ କରିଥିଲେ ଶିଭମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ