Masthead

‘କିଛି ନେତା ବାଲି, ପଥର ସବୁ ଖାଇଯାଇଥିଲେ, ଏବେ ସେମାନଙ୍କ ବଦହଜମ ହୋଇଛି’

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳା ମହୋତ୍ସବ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଧର୍ମଶାଳା ବାସୀଙ୍କୁ ଗୌରବାନିତ୍ଵ କରିଛନ୍ତି। ଯାଜପୁର ଜିଲ୍ଲା ମାଟି ଐତିହ ସମ୍ପନ୍ନ ଓ ଧର୍ମଶାଳା ବୌଦ୍ଧ କୀର୍ତ୍ତିରାଜି ବିଶ୍ବକୁ ଦିଗଦର୍ଶନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାଚୀନ ବୌଦ୍ଧ ପୀଠ ଲାଙ୍ଗୁଡ଼ି, କାଏମ, ରାଧାନଗର ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ବୌଦ୍ଧ କୀର୍ତ୍ତିରାଜି ରାଜ୍ୟ ତଥା ଧର୍ମଶାଳାକୁ ବିଶ୍ୱରେ ପରିଚୟ ଦେଇଛି। ଯାଜପୁର ଜିଲ୍ଲାର ଇତିହାସ ପ୍ରାଚୀନ ଓ ସମୃଦ୍ଧ। ଡବଲ ଇଞ୍ଜିନ ସରକାର ଜିଲାର ବିକାଶ ଦ୍ଵିଗୁଣିତ କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯାଜପୁରବାସୀ ଏଠାରୁ ପରିବାରବାଦକୁ ବିଲୋପ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ଆପଣମାନେ ଧନ୍ୟବାଦର ପାତ୍ର । ଦୁଇଟି ପରିବାର ରାଜନୀତିରେ ନିଜକୁ ସର୍ବେସର୍ବା ବୋଲି ଭାବୁଥିଲେ । ଅହଂକାର କାହାର ରହେନାହିଁ । ଅତି ଗର୍ବେ ହତ ଲଙ୍କା ଭଳି ଆଜି ସେମାନଙ୍କର ଅବସ୍ଥା ହୋଇଛି । କିଛି ନେତା ଏଭଳି ଭୋକିଲା ଥିଲେ ଯେ ବାଲି , ପଥର ସବୁ ଖାଇଯାଉଥିଲେ । ଏବେ ସେମାନଙ୍କର ବଦହଜମି ହୋଇଛି । ଆମ ସରକାର ସେମାନଙ୍କ ପାଇଁ ଔଷଧ ରଖିଛନ୍ତି । ବର୍ତ୍ତମାନର ମନ୍ତ୍ରୀ, ବିଧାୟକ ଲୋକଙ୍କ କାମ କରିବାକୁ ନିର୍ବାଚିତ ହୋଇଛନ୍ତି ।

ଟ୍ରାଫିକ କାମ କରିବା ପାଇଁ ନୁହେଁ ବୋଲି କହି ବିଜେଡି ନେତା ବବିଙ୍କ ଆଡକୁ ବାଣ ମାରିଥିଲେ ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଳାର ଶିଳ୍ପର ବିକାଶ ପାଇଁ ତାଙ୍କ ସରକାର ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ । ଦୀର୍ଘ ଦିନରୁ ବନ୍ଦ ରହିଥିବା ଡ଼ଙ୍କାରି ତୈଳ ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଉକ୍ତ ସଭାରେ ଘୋଷଣା କରିଛନ୍ତି। ଏଥିରେ ୫୦୦୦ ହଜାର ସ୍ଥାନୀୟ ନିଯୁକ୍ତି ଅଞ୍ଚଳକୁ ସମୃଦ୍ଧ କରିବ ବୋଲି କହିଛନ୍ତି। ଯାଜପୁର ମାଟିରୁ ପାରିବାରବାଦ ବ୍ୟବସ୍ଥାକୁ ଉଚ୍ଛେଦ କରିଥିବାରୁ ଜିଲା ତଥା ଧର୍ମଶାଳା ବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା