Masthead

ବସ୍ତା ରାଜନୀତିରେ ହଲଚଲ, ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ୬୦୦ରୁ ଅଧିକ କର୍ମୀ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଭାଙ୍ଗୁଛି ବିଜେଡି ଗଡ଼ । ବସ୍ତାରେ ବଡ଼ଧରଣର ରାଜନୈତିକ ହଲଚଲ । ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ୬୦୦ରୁ ଅଧିକ କର୍ମୀ । ପୂର୍ବତନ ଜିଲ୍ଲାପରିଷଦ, ଆଶାୟୀ ବିଧାୟକ ପ୍ରାର୍ଥୀ, ଅନେକ ସରପଞ୍ଚ, ପୂର୍ବତନ ସରପଞ୍ଚ ମଧ୍ୟ ଦେଇଛନ୍ତି ଯୋଗ । ସାଧାରଣ ନିର୍ବଳଚନ ପାଇଁ ବିଗୁଲ ବାଜିବ ସହ ତାରିଖ ମଧ୍ୟ ଘୋଷଣା ସରିଛି । କିନ୍ତୁ ବସ୍ତାରେ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ପୂର୍ବତନ ଜିଲ୍ଲାପରିଷଦ ତଥା ବିଜେଡିର ଯୁବ ନେତା ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ଡିଆଙ୍କ ନେତୃତ୍ବରେ ୬୦୦ରୁ ଅଧିକ କର୍ମୀ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ଫଳରେ ଗତ ଦିନରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜେଡି ଗଡଥିବା ବେଳେ,ଏଥର ବସ୍ତାରେ ବିଜେଡି ତାର ସ୍ଥିତି ରକ୍ଷା କରିବା ସମ୍ଭବ ନଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି।

ରବିନ୍ଦ୍ର ନାଥ ଅଣ୍ଡିଆ ବିଜେଡିର ଜଣେ ଟାଣୁଆ ଯୁବନେତା ଭାବରେ ବସ୍ତା ଓ ବାଲିଆପାଳରେ ଜନାଦୃତ ସୃଷ୍ଟି କରିଥିଲେ । ବିଜେଡ଼ି ବିଧାୟକ ଟିକଟ୍ ପାଇଁ ଦାବିଦାର୍ ଥିଲେ। ତେବେ ବିନା କାରଣରେ ବିଜେଡିରୁ ନିଲମ୍ବିତ ହେବାପରେ ଏବେ ବସ୍ତାରେ ବିଜେଡି ଦୁଇଫାଳ ହୋଇଯାଇଛି । ସେପଟେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଓ ବର୍ତମାନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଗୋଷ୍ଠୀ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ମିଶ୍ରଣ ପର୍ବ ପରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଇଛି । ଏଥର ବସ୍ତା ନିର୍ବାଚନ ମଣ୍ଡଳୀ ବିଜେପି ଦଖଲ୍ କରିବାର ରଣନୀତି ଆରମ୍ଭ କରିଛି। ଆଗାମୀ ଦିନରେ ବିଜେଡିରୁ ଅନେକ କର୍ମୀ ବିଜେପିରେ ଯୋଗଦାନ କରିବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପ୍ରକାସ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା