Masthead

କଙ୍ଗନାଙ୍କ ବିପକ୍ଷରେ ନିର୍ବାଚନ ଲଢିପାରନ୍ତି ୟାମି ଗୌତମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଂଚମ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଛି ଦଳ । ଏଥିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ ଦିଆଯାଇଛି । ତେବେ ହିମାଚଳପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ମଇଦାନକୁ ଓହ୍ଲାଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । କିନ୍ତୁ କଙ୍ଗନାଙ୍କ ବିପକ୍ଷରେ କଂଗ୍ରେସ ଅଭିନେତ୍ରୀ ୟାମି ଗୌତମଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ମଧ୍ୟ ହେଉଛି।

ବର୍ତ୍ତମାନ ହିମାଚଳ କଂଗ୍ରେସ ଏହି ଆଲୋଚନାକୁ ଗୁଜବ ବୋଲି କହିଛି। ହେଲେ ହିମାଚଳ କଂଗ୍ରେସର ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୟାମି ଗୌତମଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତୀଭା ସିଂ ଦୃଢ ଚେହେରା ଏବଂ ଦଳ ଚାହୁଁଛି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ହିମାଚଳ କଂଗ୍ରେସ ସୂତ୍ରରୁ ପ୍ରକାଶ, ବୁଧବାର ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଦଳ ସମନ୍ବୟ କମିଟି ବୈଠକରେ ପ୍ରତିଭା ସିଂଙ୍କୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯିବ। ପ୍ରତିଭା ସିଂ ହିମାଚଳ ପ୍ରଦେଶ କଂଗ୍ରେସର ସଭାପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ