Masthead

ନବୀନ ନିବାସରେ ୪ ଲୋକସଭା ଆସନକୁ ନେଇ ଆଲୋଚନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ହେବ ସମୀକ୍ଷା ବୈଠକ। କେନ୍ଦୁଝର ଓ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ସମୀକ୍ଷା ପାଇଁ ନବୀନ ନିବାସରେ ପଂହଁଚିଲେ ନେତା । ବିଧାୟକ ଓ ପର୍ଯ୍ୟବେକ୍ଷକ ଉପସ୍ଥିତ । ମୟୁରଭଞ୍ଜ ପର୍ଯ୍ୟବେକ୍ଷ ପ୍ରଶାନ୍ତ ମୁଦୁଲି, କେନ୍ଦୁଝର ପର୍ଯ୍ୟବେକ୍ଷ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ । କେନ୍ଦୁଝର ସଂସଦୀୟ କ୍ଷେତ୍ରର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠି ପ୍ରମୁଖ ଉପସ୍ଥିତ ।

ଉଭୟ ବିଧାନସଭା ଓ ଲୋକସଭା ଆସନରେ କିଭଳି ଦଳ ମାତ୍ ଦେବ ଏ ଦିଗରେ ରଣନୀତି ପ୍ରସ୍ତୁତ ହେବ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି । ତେଣୁ କିଭଳି କାଉଣ୍ଟର କରିହେବ ସେ ଦିଗରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ । ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ନେତାଙ୍କୁ ନେଇ ବୈଠକ ବସିବ । ଟିକେଟ୍ ଘୋଷଣା ପୂର୍ବରୁ ଆଜି ଶେଷ ବୈଠକ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ