Masthead

କୋଲକାତାର ଏକତରଫା ବିଜୟ, ଆରସିବି ୭ ୱିକେଟରେ ପରାସ୍ତ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ୧୦ମ ମ୍ୟାଚରେ ବେଙ୍ଗାଲୁରୁକୁ୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ବିରାଟ କୋହଲିଙ୍କ ଅପରାଜିତ ୮୩ ରନ୍ ସତ୍ତ୍ୱେ ଘରୋଇ ମାଟିରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ କରି ଆରସିବି ୬ ୱିକେଟ ବିନିମୟରେ ୧୮୨ ରନ୍ କରିଥିଲା, ଯାହାକୁ ଅତି ସହଜରେ ମାତ୍ର ୧୬.୫ ବଲରେ ଜିତି ନେଇଛି କେକେଆର୍। ବିରାଟ କୋହଲି କ୍ୟାରିଅରର ୫୩ତମ ଅର୍ଦ୍ଧଶତକ ସହ ବ୍ୟକ୍ତିଗତ ଅପରାଜିତ ୮୩ ରନ୍ କରି ଏକାଧିକ ରେକର୍ଡ କରିଥିଲେ।

ତଥାପି କେକେଆରର ବ୍ୟାଟର୍ ବେଙ୍ଗାଲୁରୁକୁ ଅତି ସହଜରେ ମାତ୍ ଦେଇଛନ୍ତି। ଦଳ ପାୱାର ପ୍ଲେରେ ୮୫ ରନ୍ ସଂଗ୍ରହ କରି ନେଇଥିଲା। ଏହାପରେ ସୁନୀଲ ନାରିନ ଓ ଫିଲ୍ ସଲ୍ଟଙ୍କ ଯୋଡ଼ି ଭାଙ୍ଗିଥିଲେ ବି ଦଳ ଉପରେ ସେପରି କୌଣସି ଚାପ ପଡିନଥିଲା। ଭେଙ୍କଟେସ ଆୟର ଏବଂ ଶ୍ରେୟାସ ଆୟର ଦର୍ଶନୀୟ ସର୍ଟ୍ସ ଖେଳି ଆବଶ୍ୟକୀୟ ରନ୍ ସଂଗ୍ରହ କରି ନେଇଥିଲେ। ଏହି ବିଜୟ ସହ କେକେଆର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି।

କେକେଆର ପକ୍ଷରୁ ସୁନୀଲ ନାରିନ ୪୭(୨୨), ଭେଙ୍କଟେଶ ଆୟର ୫୦(୩୦), ଫିଲ ସର୍ଟ ୩୦(୨୦) ରନ୍ କରିଥିବା ବେଳେ ଶ୍ରେୟାସ ଆୟର ୩୯(୨୪) ଏବଂ ରିଙ୍କୁ ସିଂହ ୫ ବଲରେ ୫ ରନ୍ କରି ଅପରାଜିତ ରହିଥିଲେ। ସେପଟେ, ଆରସିବି ପକ୍ଷରୁ ବିରାଟ କୋହଲିଙ୍କ ଅପରାଜିତ ୮୩ ରନ୍ ବ୍ୟତୀତ କାମରୋନ ଗ୍ରୀନ ୩୩(୨୧), ଗ୍ଲେନ୍ ମାକ୍ସୱେଲ ୨୮(୧୯), ଫାପ ଡୁପ୍ଲେସିସ୍ ୮(୬), ରଜତ ପଟିଦାର ୩(୪), ଅନୁଜ ରାୱତ ୩(୩) ଏବଂ ଦୀନେଶ କାର୍ତ୍ତିକ ୨୦(୮) ରନ୍ କରି ଅପରାଜିତ ରହିଥିଲେ। ଆଜି ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ପଞ୍ଜାବ ସୁପର କିଙ୍ଗସ୍ ମ୍ୟାଚ୍ ଖେଳାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ