Masthead

ଆତ୍ମସମର୍ପଣ କଲେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

କୋରେଇ(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତିଙ୍କ ଆତ୍ମସମର୍ପଣ । ଯାଜପୁର ରୋଡ଼ ରେଞ୍ଜ ଅଫିସରେ ଆତ୍ମସମର୍ପଣ କଲେ ଉଭୟ ଦମ୍ପତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲଙ୍ଘନ ଅଭିଯୋଗରେ ତିନି ଦିନ ତଳେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଚଢ଼ାଉ ହୋଇଥିଲା । ବନ୍ୟଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିବା ଘଟଣାରେ ଉଭୟ ଦମ୍ପତିଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।

ଗତ ରବିବାର ଯାଜପୁର ସଦର ଥାନା ବେରୁଦା ପଞ୍ଚାୟତ ଜହଳ ଗ୍ରାମର ମୋନାଲିସା ଭଦ୍ର ଓ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଚଢ଼ାଉ ବନ ବିଭାଗ କରିଥିଲା । ସେ ନିଜ ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ବିଭିନ୍ନ ଫଟୋ ପୋଷ୍ଟ କରୁଥିଲେ। ଏନେଇ ତାଙ୍କୁ ବାରମ୍ବାର ତାଗିତ କରା ଯିବା ସହ ସେ ବନବିଭାଗ ଅଧିକାରୀଙ୍କ ତାଗିଦକୁ ଏଡାଇ ବାରମ୍ବାର ସେହି ଭୁଲ ଦୋହରାଇବା ସହ ବନ୍ୟଜନ୍ତୁଙ୍କୁ ନେଇ ରାଜ୍ୟ ବାହାରକୁ ପଠାଇଥିବା ବନ ବିଭାଗ କହିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦମ୍ପତି ଦ୍ୱୟ ଆତ୍ମସମର୍ପଣ କରିଥିବା ବେଳେ ଆଜି ତାଙ୍କୁ ଯାଜପୁର କୋର୍ଟରେ ହାଜର କରାଯିବ ବୋଲି ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି