Masthead

ଚାନ୍ଦୁଙ୍କୁ ମିଳୁନି ସହାୟତା

ପାଲଲହଡ଼ା, (ବଡ଼ ଖବର ବ୍ୟୁରୋ): ଖାଇବାକୁ ଦାନା କି ପିନ୍ଧିବାକୁ କନା ନାହିଁ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳୁନାହିଁ । ସରକାରୀ ସହାୟତା ସାତସପନ । ଲୋକଙ୍କ ସମସ୍ୟାକୁ ଦେଖାଉଥିବା ‘ବଡ଼ ଖବର’ ସମ୍ପର୍କରେ ଜାଣିବା ପରେ ନିଜର ଦୁଃଖ ଜଣାଇଛନ୍ତି ଚାନ୍ଦୁ ଦୁନ୍ଦୁଲି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ବନ୍ଧାଭୂଇଁ ପଞ୍ଚାୟତ ଜମରଡିହ ଗାଁର ଚାନ୍ଦୁ ଦୁନ୍ଦୁଲି । ଭିନ୍ନକ୍ଷମ ଝିଅକୁ ନେଇ ଦୟନୀୟ ଭାବେ ଦିନ କାଟୁଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଚାନ୍ଦୁ ।
ଚାନ୍ଦୁଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ସାନଝିଅ କନକ ମାନସିକ ବିକଳାଙ୍ଗ । କାନକୁ ଭଲରେ ଶୁଭୁନାହିଁ । କନକଙ୍କୁ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ । ରାସନକାର୍ଡରେ ମିଳୁଥିବା ଚାଉଳକୁ ଭରଷା କରି ଚଳୁଛନ୍ତି ଦୁଇପ୍ରାଣୀ । ଅଧାଦିନ ଉପାସରେ କଟୁଛି ଜୀବନ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ । ଶେଷରେ ‘ବଡ଼ ଖବର’ମାଧ୍ୟମରେ ନିଜ ଦୁଃଖ ସରକାରଙ୍କୁ ଜଣାଇଛନ୍ତି ଚାନ୍ଦୁ । ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ପଚାରିବାରୁ ଯଥାଶିଘ୍ର ଚାନ୍ଦୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ