Masthead

ଚାନ୍ଦୁଙ୍କୁ ମିଳୁନି ସହାୟତା

ପାଲଲହଡ଼ା, (ବଡ଼ ଖବର ବ୍ୟୁରୋ): ଖାଇବାକୁ ଦାନା କି ପିନ୍ଧିବାକୁ କନା ନାହିଁ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳୁନାହିଁ । ସରକାରୀ ସହାୟତା ସାତସପନ । ଲୋକଙ୍କ ସମସ୍ୟାକୁ ଦେଖାଉଥିବା ‘ବଡ଼ ଖବର’ ସମ୍ପର୍କରେ ଜାଣିବା ପରେ ନିଜର ଦୁଃଖ ଜଣାଇଛନ୍ତି ଚାନ୍ଦୁ ଦୁନ୍ଦୁଲି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ବନ୍ଧାଭୂଇଁ ପଞ୍ଚାୟତ ଜମରଡିହ ଗାଁର ଚାନ୍ଦୁ ଦୁନ୍ଦୁଲି । ଭିନ୍ନକ୍ଷମ ଝିଅକୁ ନେଇ ଦୟନୀୟ ଭାବେ ଦିନ କାଟୁଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଚାନ୍ଦୁ ।
ଚାନ୍ଦୁଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ସାନଝିଅ କନକ ମାନସିକ ବିକଳାଙ୍ଗ । କାନକୁ ଭଲରେ ଶୁଭୁନାହିଁ । କନକଙ୍କୁ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ । ରାସନକାର୍ଡରେ ମିଳୁଥିବା ଚାଉଳକୁ ଭରଷା କରି ଚଳୁଛନ୍ତି ଦୁଇପ୍ରାଣୀ । ଅଧାଦିନ ଉପାସରେ କଟୁଛି ଜୀବନ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ । ଶେଷରେ ‘ବଡ଼ ଖବର’ମାଧ୍ୟମରେ ନିଜ ଦୁଃଖ ସରକାରଙ୍କୁ ଜଣାଇଛନ୍ତି ଚାନ୍ଦୁ । ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ପଚାରିବାରୁ ଯଥାଶିଘ୍ର ଚାନ୍ଦୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ