ଦାଦା ବଟି ମାଗି କଂଗ୍ରେସ ନେତା ଗିରଫ

ରେଙ୍ଗାଲି, (ବଡ଼ ଖବର ବ୍ୟୁରୋ): ଦାଦା ବଟି ମାଗି ଗିରଫ ହେଲେ ରେଙ୍ଗାଲି କଂଗ୍ରେସ ନେତା ବାଳକୃଷ୍ଣ ରୋହୀଦାଶ । ଗତ ବିଧାନସଭା ନିର୍ବାଚନରେ ରେଙ୍ଗାଲିରୁ ପ୍ରାର୍ଥୀ ହୋଇଥିଲେ ବାଳକୃଷ୍ଣ । ଠିକାଦାରଙ୍କୁ ବଟି ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଠେଲକୁଲି ପୋଲିସ ମଙ୍ଗଳବାର ୫ ଜଣକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ।
ଗତ ୨୬ ସଂନ୍ଧ୍ୟାରେ ଆଦିତ୍ୟ ଆଲୁମିନା କମ୍ପାନୀ ଠିକା ସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡ଼ମିନ ବିଭାଗର ମୁଖ୍ୟ ଗୌତମ କୁମାର ରେଡିଙ୍କୁ ବାଳକୃଷ୍ଣ ରୋହୀଦାସ, ରାଜେଶ ରୋହୀଦାସଙ୍କ ସମେତ ୫ ଜଣ ଦାଦାବଟି ମାଗିଥିଲେ । ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ମାନେ ବଳପୂର୍ବକ ୨୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।
ଥାନାରେ ଅଭିଯୋଗ ହେବା ପରେ ସଦର ଏସଡ଼ିପିଓ ତପନ କୁମାର ମାହାନ୍ତି, ଠେଲକୋଲେଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ୍ ମଙ୍ଗଳବାର ସଂନ୍ଧ୍ୟାରେ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରିଛି । ସେମାନଙ୍କଠାରୁ ନଗଦ ୫ହଜାର ଟଙ୍କା ଓ ଇନୋଭା ଗାଡି ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!