Masthead

ଦାଦା ବଟି ମାଗି କଂଗ୍ରେସ ନେତା ଗିରଫ

ରେଙ୍ଗାଲି, (ବଡ଼ ଖବର ବ୍ୟୁରୋ): ଦାଦା ବଟି ମାଗି ଗିରଫ ହେଲେ ରେଙ୍ଗାଲି କଂଗ୍ରେସ ନେତା ବାଳକୃଷ୍ଣ ରୋହୀଦାଶ । ଗତ ବିଧାନସଭା ନିର୍ବାଚନରେ ରେଙ୍ଗାଲିରୁ ପ୍ରାର୍ଥୀ ହୋଇଥିଲେ ବାଳକୃଷ୍ଣ । ଠିକାଦାରଙ୍କୁ ବଟି ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଠେଲକୁଲି ପୋଲିସ ମଙ୍ଗଳବାର ୫ ଜଣକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ।
ଗତ ୨୬ ସଂନ୍ଧ୍ୟାରେ ଆଦିତ୍ୟ ଆଲୁମିନା କମ୍ପାନୀ ଠିକା ସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡ଼ମିନ ବିଭାଗର ମୁଖ୍ୟ ଗୌତମ କୁମାର ରେଡିଙ୍କୁ ବାଳକୃଷ୍ଣ ରୋହୀଦାସ, ରାଜେଶ ରୋହୀଦାସଙ୍କ ସମେତ ୫ ଜଣ ଦାଦାବଟି ମାଗିଥିଲେ । ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ମାନେ ବଳପୂର୍ବକ ୨୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।
ଥାନାରେ ଅଭିଯୋଗ ହେବା ପରେ ସଦର ଏସଡ଼ିପିଓ ତପନ କୁମାର ମାହାନ୍ତି, ଠେଲକୋଲେଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ୍ ମଙ୍ଗଳବାର ସଂନ୍ଧ୍ୟାରେ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରିଛି । ସେମାନଙ୍କଠାରୁ ନଗଦ ୫ହଜାର ଟଙ୍କା ଓ ଇନୋଭା ଗାଡି ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼