Masthead

ଟିକେଟ ଦାବିରେ ନାରାୟଣଙ୍କ ସ୍ୱାଭିମାନ ସମାବେଶ

ସୋନପୁର (ବଡ଼ ଖବର ବ୍ୟୁରୋ): ବାଜି ସାରିଛି ନିର୍ବାଚନ ବିଗୁଲ । ପ୍ରଥମ ପର୍ଯ୍ୟାୟରେ ବିଜେଡି ରାଜ୍ୟର ୭୨ ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ତେବେ ରାଜ୍ୟର ବାକି ରହିଥିବା ଅନ୍ୟ ୭୫ ଗୋଟି ଆସନ ପାଇଁ ଆଶାୟୀଙ୍କ ଲମ୍ବାଧାଡି । ଦଳୀୟ ଟିକେଟ ହାତେଇବାକୁ ନେଇ ବିଭିନ୍ନ ସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା । ଏମିତିକି ଅନେକ ସ୍ଥାନରେ ବିଜେଡି-ବିଜେଡି ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।

ଏସବୁ ଭିତରେ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ । ଲଗାତାର ଭାବେ ଏଠାରୁ ନିର୍ବାଚିତ ହୋଇ ବିଧାୟକ ହେଉଥିବା ବିଜେଡି ଦଳର ଟାଣୁଆ ନେତା ପଦ୍ମନାଭ ବେହେରାଙ୍କ ପାଇଁ ଏବେ କଂଟା ସାଜିଛନ୍ତି ଯୁବ ବିଜେଡି ନେତା ନାରାୟଣ ଲୁହା । ‘ମାଆ ମାଟି ଛୁଆ, ନାରାୟଣ ଲୁହା’ ନାରାଦେଇ ନାରାୟଣ ବାରମ୍ବାର ଶକ୍ତି ପ୍ରଦର୍ଶନ କରିବା ସହ ଟିକେଟ ଦାବି କରିଆସୁଛନ୍ତି । ସେପଟେ ବିଧାୟକ ପଦ୍ମନାଭ ବେହେରା ମଧ୍ୟ ପୁଣିଥରେ ଏହି ଆସନ ପାଇଁ ଟିକେଟ ଆଣିବାକୁ ଦଳ ସୁପ୍ରିମୋ ପାଖରେ ଚାପ ସୃଷ୍ଟି କରୁଥିବା ଜଣାପଡିଛି ।

ଯଦି ପଦ୍ମନାଭଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ନଦିଏ ତେବେ ସେ ଫୁଲବାଣୀରେ ତାର ପ୍ରଭାବ ଦେଖାଇବେ ବୋଲି ଧମକ ଦେଇଥିବା ନାରାୟଣ ଅଭିଯୋଗ କରିଛନ୍ତି । ଯଦି ଦଳ ଏଠାରେ ନାରାୟଣଙ୍କ ବଦଳରେ ପୁଣିଥରେ ପଦ୍ମନାଭଙ୍କୁ ପ୍ରାର୍ଥୀ କରେ ତାହେଲେ ଏ ଅଂଚଳର ସ୍ୱାଭିମାନ ଭୋଟର ତାର କଡା ଜବାବ ଦେବେବୋଲି ନାରାୟଣ କହିଛନ୍ତି । ଏନେଇ ନାରାୟଣ ବୀରମହାରାଜପୁରରେ ନିଜ ସମର୍ଥକଙ୍କୁ ନେଇ ବିରାଟ ସ୍ୱାଭିମାନ ସମାବେଶ କରିଛନ୍ତି । ଏ ଅଂଚଳର ବିକାଶ ପାଇଁ କେବଳ ଏହି ଅଂଚଳର ଛୁଆ ନାରାୟଣ ଲୁହାଙ୍କୁ ହିଁ ଟିକେଟ ଦିଆଯାଉବୋଲି ଏବେ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ