Masthead

ବାର୍ଥ ଡେ ହେଲା ଡେଥ ଡେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନ୍ମଦିନ କେକ୍ ନେଲା ଜୀବନ। ପଞ୍ଜାବ ପଟିଆଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଅନଲାଇନରେ ମଗାଇଥିବା ଜନ୍ମଦିନ କେକ୍ ଖାଇ ନାବାଳିକାଙ୍କର ମୃତ୍ୟୁ ଘଟିଛି। ୧୦ ବର୍ଷୀୟ ନାବାଳିକାର ମୃତ୍ୟୁ ଘଟିଥିବାବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତୀକରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କେକ୍ ଖାଇବା ପରେ ବାନ୍ତି କରି ଅସୁସ୍ଥ ହୋଇପଡିଥିଲେ। ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ କେକ୍ କାଟିବା ସହ ଝିଅର ଜନ୍ମଦିନ ପାଳନ କରିଥିଲେ ପରିବାର । ତେବେ କେକ୍ ଖାଇବା ପରେ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ବାର୍ଥ ଡେ ଗାର୍ଲ ମାନଭି କେକ୍ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମାନଭିଙ୍କ ଜେଜେଙ୍କ ସୂଚନା ଅନୁସାରେ କେକ୍ ଖାଇବା ପରେ ମାନଭିକୁ ପ୍ରବଳ ଶୋଷ ହୋଇଥିଲା । ସେ ବାରମ୍ବାର ପାଣି ପିଇବା ପରେ ଶୋଇ ପଡ଼ିଥିଲା । ଏହାପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ।

ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପଟିଆଲାର ‘କେକ୍ ଖାନା’ ନାମକ ବେକେରିରୁ ଏହି କେକ୍ ଅର୍ଡର କରାଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁୟାୟୀ ସଂପୃକ୍ତ ବେକେରି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ କେକ୍ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । କେକରେ ବିଷ ମିଶିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗତ ୨୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି । ପରିବାର ଲୋକେ ଅପଲୋଡ କରିଥିବା ବାର୍ଥ ଡେ’ ସେଲିବ୍ରେସନ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା