Masthead

ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼: ୫ ମୃତ, ଶତାଧିକ ଆହତ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼। ହଠାତ୍ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସୋଶାଲ ମିଡିଆରେ ଘୂର୍ଣ୍ଣିଝଡ ସମୟର ଭିଡିଓ ଭାଇରାଲ୍ ହେଉଛି। ପବନର ବେଗ ଏତେ ଅଧିକ ରହିଥିଲା ଯେ, ଏଥିରେ ୮୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି ଯାତାୟତରେ ବାଧା ସୃଷ୍ଟି ହୋଇଛି । ପ୍ରବଳ ପବନରେ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ି ଉପୁଡ଼ି ପଡ଼ିଥିବା ସୂଚନା ରହିଛି ।

ସେ କହିଛନ୍ତି ଯେ ବାତ୍ୟା ଯୋଗୁଁ ରାଜାରହାଟ, ବର୍ଣ୍ଣିଶ, ବକାଲି, ଜୋରପାକଡ଼ି, ମାଧବଡଙ୍ଗା ଏବଂ ସପ୍ତିବାରୀ ଅଧିକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଏକର ଅଞ୍ଚଳରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ସହ କଥା ହେବା ପରେ ରିଲିଫ କାର୍ଯ୍ୟର ତଦାରଖ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏବଂ ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ଜଲପାଇଗୁଡି ସୁପର ସ୍ପେସିଆଲିଟି ହସ୍ପିଟାଲରେ ପହଞ୍ଚିଥିଲେ ।

ଜଲପାଇଗୁଡିରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ଏକ ଘୂର୍ଣ୍ଣିବଳୟ ଘଟିଛି, ଏଥିରେ ଅନେକ ଘର ନଷ୍ଟ ହୋଇଥିବା ବେଳେ ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି, ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ