Masthead

ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଛନ୍ତି।  ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ତାଙ୍କୁ ତିହାର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇବାକୁ ଦାବି କରିଥିଲେ ଯାହା ଉପରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟ ମୋହର ଲଗାଇଛନ୍ତି ।

ଅରବିନ୍ଦ କେଜ୍ରିୱାଲ୍‌ କୋର୍ଟରେ ହାଜର ସମୟରେ ସ୍ତ୍ରୀ ସୁନୀତା, ଏଏପି ନେତା ସୌରଭ ଭରଦ୍ୱାଜ, ଆତିଶି, ଗୋପାଳ ରାୟଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।   କୋର୍ଟରେ ହାଜର କରାଯିବା ସମୟରେ କେଜ୍ରିୱାଲ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି । କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବା ପରେ ତିହାର ଜେଲରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେଜ୍ରିୱାଲଙ୍କୁ ତିହାର ଜେଲର କେଉଁ ବାରାକରେ ରଖାଯିବ ସେନେଇ ଆଲୋଚନା ହୋଇଛି । ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ  ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି