Masthead

କଂଗ୍ରେସକୁ ଆୟକର ବିଭାଗର ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କଂଗ୍ରେସକୁ ବଡ଼ ଆଶ୍ବସ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ ବିରୋଧୀ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଜି ଏନେଇ ଆୟକର ବିଭାଗ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। କଂଗ୍ରେସ ଓ ଆୟକର ବିଭାଗ ମଧ୍ୟରେ ଚାଲିଥିବା ତିକ୍ତତାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ରେ ହେବ। ଆୟକର ବିଭାଗ କଂଗ୍ରେସକୁ ବାକି ରହିଥିବା ୩୫୬୭ କୋଟି ଟଙ୍କା ଦେବାକୁ ନୋଟିସ କରିଥିଲା।

ଏହା ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦଳ ଅଭିଯୋଗ କରିଥିଲେ ଯେ ବିଜେପି ଏବେ ଟିକସ ଆତଙ୍କବାଦ ଚଳାଇଛି ଓ ଆୟକର ବିଭାଗ ନିର୍ବାଚନ ପୂର୍ବରୁ ଦେଶର ପ୍ରମୁଖ ବିରୋଧୀ ଦଳକୁ ଆର୍ଥିକ ସ୍ତରରେ ପଙ୍ଗୁ କରିବା ପାଇଁ ଉଦ୍ୟମ କରୁଛନ୍ତ। ଏଥିସହ କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲା। ଏହାପୂର୍ବରୁ ଆୟକର ବିଭାଗ ପୂର୍ବବର୍ଷର ବାକି ରହିଥିବା ଟିକସ ବାବଦରେ କଂଗ୍ରେସ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଉଠାଇ ନେଇଥିଲା। ଏହି ମାମଲା ଆଜି ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ବିଚାର ପାଇଁ ଆସିଥିବା ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ନିର୍ବାଚନ ବେଳେ କଂଗ୍ରେସ ବିରୋଧରେ କୌଣସି ପ୍ରକାରର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ସେ କହିଛନ୍ତି, “ସେମାନଙ୍କୁ ୨୦୨୪ରେ ୨୦% ବକେୟା ଦେବାକୁ ବିକଳ୍ପ ଦିଆଯାଇଥିଲା।

୧୩୫ କୋଟି ଟଙ୍କା ଆଦାୟ ହୋଇଛି। ଏହାପରେ ଆଉ ୧୭ଶହ କୋଟି ଟଙ୍କା ମଗା ଯାଇଛି। ଏହାର ଅର୍ଥ ପୂରା ମାମଲା ୧୭ଶହ କୋଟି ଟଙ୍କାର। ଏହି ପ୍ରସଙ୍ଗ ଏବେ ନିର୍ବାଚନ ପରେ ବିଚାର ହେବ। ସେ ଯାଏ ଆମେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।” ଏହା ଶୁଣି କୋର୍ଟ ପ୍ରଶ୍ନ କରିଥିଲେ ଯେ କ’ଣ କେନ୍ଦ୍ର ସରକାର ଟିକସ ମାଗିବା ଉପରେ ରୋକ ଲଗାଉଛନ୍ତି? ଏହାର ଜବାବରେ ମେହେଟା କହିଛନ୍ତି, “ନା, ଆମେ କେବଳ ଏତିକି କହିବାକୁ ଚାହୁଁଛୁ ଯେ ନିର୍ବାଚନ ଯାଏ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।”

କଂଗ୍ରେସ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, ଆକାଉଣ୍ଟ ଜବତ କରି କେନ୍ଦ୍ର ସରକାର ୧୩୫ କୋଟି ଟଙ୍କା ଆଦାୟ କରିଛନ୍ତି। ଆମେ ଫାଇଦା ହାସଲ କରୁଥିବା ସଂସ୍ଥା ନୁହଁ, ଆମେ କେବଳ ଗୋଟିଏ ରାଜନୀତିକ ଦଳ। ଏ ପ୍ରସଙ୍ଗରେ ସିଲିସିଟର ଜେନେରାଲ ଅନେକ କିଛି କହିବାର ଅଛି ବୋଲି ମତ ରଖିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ