Masthead

ଯୌତୁକ ଯୁଇରେ ଜଳିଗଲା ଝିଅ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପୁଣି ଯୌତୁକ ଯୁଇରେ ଜଳିଗଲା ଝିଅ। ବିବାହର ୨୦ଦିନ ନପୁରୁଣୁ ଚାଲିଗଲା ଝିଅର ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ ରୋମିତ ଗାଁରେ । ଗତ ୧୧ ମାର୍ଚ୍ଚ ୨୦୨୪ରିଖ ଦିନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାମଦେଇ ପୁର ଗାଁର ଅଜୟ ମହାପାତ୍ରଙ୍କ ବଡ଼ ଝିଅ ଆଦ୍ୟାସା ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ ରୋମିତ ଗାଁର ବାମନ ମହାପାତ୍ରଙ୍କ ପୁଅ ଟିଟୁ ମହାପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ବାହାଘର ପରଠୁ ପୁଅ ସହ ଝିଅ ଫିଟ୍ ହେଲାନି ବୋଲି ଶାଶୁଘର ଲୋକେ ଫୋନ୍ ଯୋଗେ ତାଗିଦ୍ କରିଆସୁଥିଲେ। ସବୁଠୁ ବଡ କଥା ହେଲା ବଡ଼ ଝିଅକୁ ବଦଳେଇ ମଝିଆଁ ଝିଅକୁ ରଖିବା ପାଇଁ ଅଡି ବସିଥିଲେ ଶାଶୁଘର ଲୋକେ। ଗତ ୩୧ତାରିଖ ଦିନ ସକାଳ ପ୍ରାୟ ଦଶଟା ସମୟରେ ଝିଅକୁ ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ, ଝିଅ ମନା କରିବା ସତ୍ତ୍ୱେ ମଧ୍ୟ ତାକୁ ଜବରଦସ୍ତ ସେହି ଦ୍ରବ୍ୟ ମିଶା ପାଣି ପିଆଇ ଦେଇଥିଲେ ଶାଶୁଘର ଲୋକେ।

ଏହି ପାଣି ପିଇବା ପରେ ଝିଅର ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା। ହେଲେ ଶାଶୁଘର ଲୋକେ ନା ଡାକ୍ତର ଖାନାକୁ ନେଇଥିଲେ ନା ବାପଘରକୁ ଜଣାଇଥିଲେ। ବାପ ଘର ଲୋକେ ଏହା ଜାଣିବା ପରେ ତାଙ୍କୁ ମେଡ଼ିକାଲ ଯିବାକୁ ବାଧ୍ୟ କରିବାରୁ ପ୍ରଥମେ କୁଜଙ୍ଗ ପରେ ଜଗତସିଂପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବଂ ସେଠାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି